ଭୁବନେଶ୍ୱର: କୌଣସି ନଦୀରେ ବନ୍ୟା ସ୍ଥିତି ନାହିଁ କହିଲେ । ଲଘୁଚାପ ଜନିତ ବର୍ଷାକୁ ନେଇ ଜଳସଂପଦ ସର୍ୱୋଚ୍ଚ ଯନ୍ତ୍ରୀ ଚନ୍ଦ୍ର ଶେଖର ପାଢୀ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସୁବଣ୍ଣରେଖାରେ ୨୦.୯୭, ବୁଢାବଳଙ୍ଗରେ ୪୩.୦୭ ମିମି ବର୍ଷା ହୋଇଛି । ବୈତରଣୀରେ ୩୦.୬୫ ମିମି ବର୍ଷା ହୋଇଛି । ବୈତରଣୀ, ବୁଢାବଳଙ୍ଗ ଓ ସୁବଣ୍ଣରେଖାରେ ଜଳସ୍ତର ବଢିବ । ସତର୍କ ସଙ୍କେତ ଉପରକୁ ଯିବ , ଆଜି ବର୍ଷା ନହେଲେ ବିପଦ ସଂକେତ ଟପିବନି । ହୀରାକୁଦରେ ୬୨୬.୩୧ ଫୁଟ, ରେଙ୍ଗାଳିରେ ୧୨୨.୭୩ ମିଟର ଜଳ ଅଛି । ମୁଣ୍ଡଳୀରେ କ୍ୟୁସେକ ତଳେ ଜଳ ପ୍ରବାହିତ ହେଉଛି ।










