26.1 C
Bhubaneswar
Sunday, January 18, 2026
Homeଓଡିଶାନୋ ଡ୍ରୋନ୍‌, ନୋ ଫ୍ଲାଇଂ ଜୋନ୍‌

ନୋ ଡ୍ରୋନ୍‌, ନୋ ଫ୍ଲାଇଂ ଜୋନ୍‌

ଭୁବନେଶ୍ୱର : ଆସନ୍ତା ୬ ତାରିଖରେ ୪ ଦିନିଆ ଓଡ଼ିଶା ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୬ ତାରିଖ ସନ୍ଧ୍ୟାରେ ଆସି ୯ ତାରିଖ ପର୍ଯ୍ୟନ୍ତ ରହିବେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ ପରିପ୍ରେକ୍ଷୀରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ସୂଚନା ଅନୁସାରେ ରାଷ୍ଟ୍ରପତି ଜୁଲାଇ ୬ ତାରିଖ ସଂଧ୍ୟାରେ ଜୟଦେବ ଭବନଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ୯୬ତମ ଶ୍ରାଦ୍ଧବାର୍ଷିକୀରେ ଯୋଗଦେବେ। ୭ ତାରିଖର ପୁରୀ ଗସ୍ତ କରି ଅପରାହ୍ନରେ ଶ୍ରୀଗୁଣ୍ଡିଚା ରଥଯାତ୍ରା ଦର୍ଶନ କରିବେ। ୮ ତାରିଖ ସକାଳେ ରାଷ୍ଟ୍ରପତିଙ୍କର ପୁରୀ ସମୁଦ୍ରକୂଳରେ ମର୍ଣ୍ଣି ୱାକ୍ କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ସୁରକ୍ଷା ଦୃଷ୍ଟିରୁ ରାଷ୍ଟ୍ରପତିଙ୍କ ଗସ୍ତ ଏବଂ ରହଣି ଅଞ୍ଚଳକୁ ନୋ ଡ୍ରୋନ୍‌ ଜୋନ୍‌ ଘୋଷିତ ତଥା ନୋ ଫ୍ଲାଇଂ ଜୋନ ଭାବେ ଘୋଷଣା କରାଯାଇଛି। ଏନେଇ ରାଜ୍ୟ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଏହାର କଡାକଡି ଅନୁପାଳନ ପାଇଁ ନିର୍ଦ୍ଦେଶନାମା ଜାରି ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking