31.1 C
Bhubaneswar
Monday, April 6, 2026
Homeଦେଶ ବିଦେଶଆଜିଠୁ ନୀତି ଆୟୋଗ ବୈଠକ

ଆଜିଠୁ ନୀତି ଆୟୋଗ ବୈଠକ

ନୂଆଦିଲ୍ଲୀ : ଦିଲ୍ଲୀରେ ଆଜିଠାରୁ ଅନୁଷ୍ଠିତ ହେବାକୁ ଥିବା ନୀତି ଆୟୋଗର ସାଧାରଣ ପରିଷଦ ବୈଠକରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେବେ ଏହି ବୈଠକରେ କଂଗ୍ରେସର ଶାସିତ ରାଜ୍ୟ ଏବଂ ଆମ୍ ଆଦମୀ ପାର୍ଟି ଶାସିତ ରାଜ୍ୟର କୌଣସି ମୁଖ୍ୟମନ୍ତ୍ରୀ ଯୋଗ ଦେବେ ନାହିଁ । ଏଥିରେ କେବଳ ଦିଲ୍ଲୀରେ ବିଜେପି ଶାସିତ ରାଜ୍ୟଗୁଡ଼ିକର ମୁଖ୍ୟମନ୍ତ୍ରୀ ଏବଂ ଉପ-ମୁଖ୍ୟମନ୍ତ୍ରୀମାନେ ଯୋଗ ଦେବେ । ଏହି ବୈଠକରେ ୨୦୪୭କୁ ଭାରତକୁ ବିକଶିତ ଦେଶ କରି ଗଢ଼ିବା ଉପରେ ଆଲୋଚନା ହେବ। ଯୋଗଦେଇଥିବା ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ବିଭିନ୍ନ ପରାମର୍ଶ ରଖିବେ। ତେବେ ବୈଠକ ଆଲୋଚନାରେ ପ୍ରମୁଖ ୫ଟି ପ୍ରସଙ୍ଗ ରହିବ । ପାନୀୟ ଜଳ, ବିଦ୍ୟୁତ, ସ୍ବାସ୍ଥ୍ୟସେବା, ଶିକ୍ଷା ଏବଂ ଜମି ଓ ସଂପତ୍ତି ଡିଜିଟାଇଜେସନ ଉପରେ ଗୁରୁତ୍ୱ ଦିଆଯିବ । ଏଥିସହ ସାଇବର ସିକ୍ୟୁରିଟି ଏବଂ ଏଆଇ ଉପରେ ମଧ୍ୟ ସ୍ୱତନ୍ତ୍ର ଅଧିବେଶନରେ ଆଲୋଚନା କରାଯିବ। ଗତ ବର୍ଷ ଡିସେମ୍ବରରେ ଆୟୋଜିତ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କ ରାଷ୍ଟ୍ରୀୟ ସମ୍ମିଳନୀରେ ଆସିଥିବା ସୁପାରିସ ଉପରେ ମଧ୍ୟ ଆଲୋଚନା ହେବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking