କଲମ୍ବୋ : ଆଫଗାନିସ୍ତାନ ବିପକ୍ଷ ଘରୋଇ ସିରିଜ୍ରେ ହାମ୍ଷ୍ଟ୍ରିଙ୍ଗ୍ ଇଞ୍ଜୁରୀର ଶିକାର ହୋଇଥିବା ପାଥୁମ୍ ନିସାଙ୍କା ଶ୍ରୀଲଙ୍କାର ଆଗାମୀ ବାଂଲାଦେଶ ବିପକ୍ଷ ଟି-୨୦ ସିରିଜ୍ରୁ ବାଦ୍ ପଡ଼ିଛନ୍ତି । ପ୍ରଥମେ ସେ ସମୟରେ ଫିଟ୍ ହୋଇଯିବେ ବୋଲି ଆଶା କରାଯାଉଥିଲଶ । ତେବେ ସେ ଯନ୍ତ୍ରଣା ସମ୍ପୂର୍ଣ୍ଣ ଉପଶମ ପାଇନାହାନ୍ତି । ତାଙ୍କ ସ୍ଥାନରେ ଅଭିଷ୍କା ଫର୍ଣ୍ଣାଣ୍ଡୋଙ୍କୁ ସ୍କ୍ୱାଡ୍ରେ ସାମିଲ କରାଯାଇଛି । ସିରିଜ୍ ପାଇଁ ୱାନିନ୍ଦ ହସାରଙ୍ଗା ଶ୍ରୀଲଙ୍କା ଟିମ୍ର ନେତୃତ୍ୱ ବଜାୟ ରଖିଛନ୍ତି ।
ତେବେ ଆଇସିସି ବାସନ୍ଦ କାରଣରୁ ପ୍ରଥମ ଦୁଇଟି ମ୍ୟାଚ୍ ଖେଳିପାରିବେ ନାହିଁ । ହସରଙ୍ଗାଙ୍କ ଡେପୁଟି ଚରିତ ଅସାଲାଙ୍କା ପ୍ରଥମ ଦୁଇଟି ମ୍ୟାଚ୍ରେ କାର୍ଯ୍ୟକାରୀ କ୍ୟାପ୍ଟେନ୍ ରହିବେ । ଏହା ବ୍ୟତୀତ ଆଫଗାନିସ୍ତାନ ବିପକ୍ଷରେ ଖେଳିଥିବା ଟିମ୍ରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ଜେଫ୍ରି ଭଣ୍ଡାରସେଙ୍କୁ ୧୭ ଜଣିଆ ସ୍କ୍ୱାଡ୍ରେ ଅତିରିକ୍ତ ସଦସ୍ୟ ଭାବେ ରଖାଯାଇଛି । ବାଂଲାଦେଶ ଗସ୍ତରେ ଶ୍ରୀଲଙ୍କା ତିନିଟି ଟି-୨୦, ତିନିଟି ଦିନିକିଆ ଏବଂ ଦୁଇଟି ଟେଷ୍ଟ୍ ମ୍ୟାଚ୍ ଖେଳିବ । ଟି-୨୦ ସିରିଜ୍ ମାର୍ଚ୍ଚ ୪ରୁ ଆରମ୍ଭ ହେବ ।
ଶ୍ରୀଲଙ୍କା ସ୍କ୍ୱାଡ୍: ୱାନିନ୍ଦୁ ହସରଙ୍ଗା (କ୍ୟାପ୍ଟେନ୍), ଚରିତ ଅସଲାଙ୍କା, ଅଭିଷ୍କା ଫର୍ଣ୍ଣାଣ୍ଡୋ, କୁଶଳ ମେଣ୍ଡିସ୍, କୁଶଳ ପରେରା, ଆଞ୍ଜେଲୋ ମାଥ୍ୟୁସ୍, ଦାସୁନ୍ ସଦୀରା ସମରବିକ୍ରମା, କାମିନ୍ଦୁ ମେଣ୍ଡିସ୍, ମହୀଶ ତୀକ୍ଷଶାନା, ଅକିଲା ଧନଞ୍ଜୟ, ନୁୱନ୍ ତୁସାରା, ମଥିଶା ପାଥିରାନା, ବିନୁରା ଫର୍ଣ୍ଣାଣ୍ଡେ, ଜେଫ୍ରି ଭଣ୍ଡାରସେ, ଦିଲ୍ସାନ୍ ମଦୁଶଙ୍କା ।