20.1 C
Bhubaneswar
Monday, November 25, 2024
Homeଓଡିଶାଆସିଲା ୨ଲକ୍ଷ ୩୦ହଜରା କୋଟି ଟଙ୍କାର ବଜେଟ୍‌,ରାଜ୍ୟ ବଜେଟ୍ ଉପସ୍ଥାପନା କଲେ ନିରଞ୍ଜନ ପୂଜରୀ

ଆସିଲା ୨ଲକ୍ଷ ୩୦ହଜରା କୋଟି ଟଙ୍କାର ବଜେଟ୍‌,ରାଜ୍ୟ ବଜେଟ୍ ଉପସ୍ଥାପନା କଲେ ନିରଞ୍ଜନ ପୂଜରୀ

ଭୁବନେଶ୍ୱର: ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ଆସିଯାଇଛି ଓଡିଶା ବଜେଟ । ଆଗକୁ ଆସୁଥିବା ୨୦୨୪ ନିର୍ବାଚନରେ ଆଜିଥିଲା ଶେଷ ପୂର୍ଣ୍ଣାଙ୍ଗ ବଜେଟ । ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ । ରାଜ୍ୟର ବିଭିନ୍ନ ସଫଳତା ବଖାଣିଲେ ଅର୍ଥମନ୍ତ୍ରୀ । ବିପର‌୍ୟ୍ୟୟ ମୁକାବିଲା ପାଇଁ ଓଡିଶା ଜାତିସଂଘ ଦ୍ୱାରା ପ୍ରଂଶସିତ । ପ୍ରଥମେ କୃଷି ବଜେଟ ପ୍ରାରିତ କରିଥିଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ।କୃଷି ପାଇଁ ୨୪,୮୨୯ କୋଟିର ବ୍ୟୟ ବରାଦ ହୋଇଛି । ଧାନ ସଂଗ୍ରହ କାର୍ଯ୍ୟକ୍ରମ ପାଇଁ ୨ହଜାର କୋଟିର ରିଭଲିଂ ଫଣ୍ଡ । କାଳିଆ ଯୋଜନା ପାଇଁ ୧୮୭୯ କୋଟି ଟଙ୍କା ବ୍ୟୟବରାଦ । ଓୟୁଏଟିରେ କୃଷି ଗବେଷଣା ପାଇଁ ୧୬୬କୋଟି ଟଙ୍କା । ଉଦ୍ୟାନ କୃଷିର ବିକାଶ ପାଇଁ ୩୮୧ କୋଟିର ବ୍ୟୟବରାଦ । କୃଷି କ୍ଷେତ୍ରରେ ମହିଳା ଏସ୍‌ଏଚଜି ପାଇଁ ୫ବର୍ଷରେ ୩୬୭କୋଟି ଟଙ୍କା ଖର୍ଚ୍ଚ ହେବ । ଛତୁ ମିଶନ ଓ ଫୁଲ ଚାଷ ମିଶନ ପାଇଁ ୧୦୦କୋଟି । ନଦୀରେ ଏ ବର୍ଷ ଆଉ ୧୬ଟି ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ହେବ । ନଦୀ ଉପରେ ଇନଷ୍ଟ୍ରିମ ଷ୍ଟୋରେଜ ପ୍ରକଳ୍ପ ପାଇଁ ୮୫୪ କୋଟି ବ୍ୟୟବରାଦ ହୋଇଛି ।୧୫ଶହ ଉଠା ଜଳସେଚନ ପାଇଁ ୪କୋଟି ।ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ପାଇଁ ୫ଶହ କୋଟି । ବାତ୍ୟା ପ୍ରତିରୋଧ ପ୍ରକଳ୍ପକୁ ଅନୁମୋଦନ ।ଏବର୍ଷ ମିଲେଟ ମିଶନର ପ୍ରୟାସ । ୧୯ଟି ଜିଲ୍ଲାରେ ଓଡିଶା ମିଲେଟ ମିଶନ । ୪ବର୍ଷ ମିଲେଟ ମିଶନ ପାଇଁ ୪୯୭ କୋଟି ଟଙ୍କା ବ୍ୟୟବରାଦ ।ବାଲେଶ୍ୱର,ଭଦ୍ରକ,କେନ୍ଦ୍ରାପଡା,ପୁରୀରେ ହେବ ବନ୍ଧ ।୨୦୨୫-୨୬ସୁଦ୍ଧା ଅତିରିକ୍ତ ୧ଲକ୍ଷ ଗଭୀର ନଳକୂପ ପାଇଁ ୪୧୯୮ କୋଟି ଟଙ୍କା । ଅଚଳ ଉଠାଜଳସେଚନ ପ୍ରକଳ୍ପ ପୁନରୁଦ୍ଧାର ପାଇଁ ୧୯୧କୋଟି । ଲୁଣା ବନ୍ଧ ସୁଦୃଢୀକରଣ ପାଇଁ ବଜେଟ୍‌ରେ ୯୬୧କୋଟି ଟଙ୍କା । ପ୍ରଧାନମନ୍ତ୍ରୀ ଫସଲ ବୀମା ପ୍ରାପ୍ୟ ପ୍ରଦାନ ପାଇଁ ୬୦୦ କୋଟି ଟଙ୍କା । ମୁଖ୍ୟମନ୍ତ୍ରୀ ଜିବିକା ଜନଜାତି ପାଇଁ ୧୨୦ କୋଟି । ମୁଖ୍ୟମନ୍ତ୍ରୀ ସମ୍ପୂର୍ଣ୍ଣ ପୃଷ୍ଟି ଯୋଜନା ପାଇଁ ୨୫୦ କୋଟି । ମୁଖ୍ୟମନ୍ତ୍ରୀ କେନ୍ଦୁପତ୍ର କଲ୍ୟାଣ ପାଣ୍ଠି ପାଇଁ ୫୦ କୋଟି । ବନସୁରକ୍ଷା ସମିତି ପାଇଁ ୨୫୦ କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ଆମ ବସଷ୍ଟାଣ୍ଡ ପାଇଁ ବଜେଟରେ ୧୫୦କୋଟି,ବନସୁରକ୍ଷା ସମିତି ପାଇଁ ୨୫୦ କୋଟି,ମିଶନଶକ୍ତି ସ୍କୁଟର ଯୋଜନା ପାଇଁ ୫୦କୋଟି,ଶିକ୍ଷା କ୍ଷେତ୍ରରେ ମୁଖ୍ୟମନ୍ତ୍ରୀ ପୁରସ୍କାର ପାଇଁ ୧୩୯କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା ସୂଚନା । ମୁଖ୍ୟମନ୍ତ୍ରୀ ପାୱାର ଡେଭଲପମେଣ୍ଟ ପ୍ରୋଗ୍ରାମ ପାଇଁ ୧୪୪୬କୋଟି । ଆମ ହସ୍ପିଟାଲ ଯୋଜନାରେ ୭୫୦କୋଟିର ବ୍ୟୟବରାଦ,ମୁଖ୍ୟମନ୍ତ୍ରୀ ମେଧାବୀ ଛାତ୍ର ପ୍ରୋତ୍ସାହନ ପାଇଁ ୮୧୧କୋଟି, ମହିଳା ଏସଏଚଜି ଉଦ୍ୟୋଗି ପାଇଁ ୧୦୦କୋଟି,ଏଥର ବଜେଟ୍‌ରେ ବ୍ୟୟବରାଦ ୨ଲକ୍ଷ ୩୦ହଜରା କୋଟି ଛୁଇଁବାର ସମ୍ଭାବନା ଥିଲା । ସାଧାରଣ ନିର୍ବାଚନ ପୂର୍ବରୁ ଏଥିଲା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ ହୋଇଥିବାରୁ ସରକାରଙ୍କ ଆଗରେ ଥିଲା ବହୁତ ଆହ୍ୱାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking