28.1 C
Bhubaneswar
Saturday, September 28, 2024
Homeଓଡିଶାନବମଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ଅଭିଯୁକ୍ତ ଶିକ୍ଷକ ଗିରଫ

ନବମଶ୍ରେଣୀ ଛାତ୍ରୀ ଗର୍ଭବତୀ ଘଟଣା, ଅଭିଯୁକ୍ତ ଶିକ୍ଷକ ଗିରଫ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ପୁଲିସକୁ ମିଳିଛି ଏକ ବଡ଼ ସଫଳତା । ପୁରୁଣାପାଣି ଗ୍ରାମରେ ନବମ ଶ୍ରେଣୀ ଛାତ୍ରୀକୁ ଗର୍ଭବତୀ କରିବା ଘଟଣାରେ ଫେରାର ଥିବା ଅଭିଯୁକ୍ତ ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତକୁ ଠାକୁରମୁଣ୍ଡା ଥାନା ପୁଲିସ ଗିରଫ କରିଛି । ଅଭିଯୁକ୍ତ ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଥାନା ଖଣ୍ଡବନ୍ଧ ଗ୍ରାମପଞ୍ଚାୟତ ଅନ୍ତର୍ଗତ ପୁରୁଣାପାଣି ଗ୍ରାମର ଶିକ୍ଷକ ରବିନ୍ଦ୍ର କୁମାର ମହାନ୍ତ । କିଛି ମାସ ତଳେ ରବିନ୍ଦ୍ରଙ୍କ ପାଖକୁ ଟିଉସନ ପଢ଼ିବା ପାଇଁ ସେହି ଗ୍ରାମର ଜଣେ ନାବାଳିକା ତଥା ନବମ ଶ୍ରେଣୀ ଛାତ୍ରୀ ଯାଉଥିଲେ ।

ସେହି ସମୟରେ ନାବାଳିକାକୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ବାରମ୍ବାର ଦୁଷ୍କର୍ମ କରିଥିଲା । ଛାତ୍ରୀ ଜଣଙ୍କ ଗର୍ଭବତୀ ଥିବା ଜାଣିବା ପରେ ଗତ ୧୧ ତାରିଖରେ ପରିବାର ଲୋକେ ଠାକୁରମୁଣ୍ଡା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ପୁଲିସ ୩୬/୨୦୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ । ଥାନାରେ ଅଭିଯୋଗ ହେବା ଜାଣି ଶିକ୍ଷକ ରବୀନ୍ଦ୍ର ଫେରାର ହୋଇଯାଇଥିଲା ।

କୌଣସି ସୂତ୍ରରୁ ଖବରପାଇ ଠାକୁରମୁଣ୍ଡା ଥାନା ଅଧିକାରିଣୀ ରଞ୍ଜୁ ହାସିନ୍ କୁଲୁଙ୍କ ନେତୃତ୍ୱରେ ଏସ୍‌ଆଇ କ୍ରିଶାନ୍ତା ଟିଗା, ଏଏସ୍‌ଆଇ ରତ୍ନାକର ବାରିକ, ଓପିଏଫ୍ ନରେନ୍ଦ୍ର କୁମାର ମାରାଣ୍ଡି, କନେଷ୍ଟବଳ ଇଶ୍ୱର ଚନ୍ଦ୍ର ମହାନ୍ତ ପ୍ରମୁଖ ଶୁକ୍ରବାର ସକାଳ ପ୍ରାୟ ୬ଟା ସମୟରେ ଝାଡ଼ଖଣ୍ଡ-ଓଡ଼ିଶା ସୀମାନ୍ତ ବଡ଼ବିଲ ଅଞ୍ଚଳରୁ ରବିନ୍ଦ୍ରକୁ ଗିରଫ କରିଥିଲେ । ଗିରଫ ଶିକ୍ଷକ ରବୀନ୍ଦ୍ର କେନ୍ଦୁଜିଆଣୀ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଜଡିବିଲ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକତା କରୁଥିବା ବେଳେ ଛାତ୍ରୀ ଜଣକ କେନ୍ଦୁଜିଆଣୀ ସ୍ଥିତ ଲକ୍ଷ୍ମୀ ନାରାୟଣ ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ପାଠପଢୁଥିଲା । ରବିନ୍ଦ୍ରର ସ୍ୱାସ୍ଥ୍ୟପରୀକ୍ଷା ପରେ ଶୁକ୍ରବାର ତାକୁ କୋର୍ଟଚାଲାଣ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking