ନୂଆଦିଲ୍ଲୀ : ଆତଙ୍କୀଙ୍କୁ ଠାବ କରିବା ନେଇ ଜମ୍ମୁ-କାଶ୍ମୀରର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ( ଏନଆଇଏ) । ଚଢାଉ କରି ୪ଜଣଙ୍କୁ ଗିରଫ ମଧ୍ୟ କରିଛି ଏନଆଇଏ । ଅଭିଯୁକ୍ତମାନେ ହେଉଛନ୍ତି ବସିମ୍ ଅହମ୍ମଦ ସୋଫି, ତାରିକ ଅହମ୍ମଦ ଡାର, ବିଲାଲ ଅହମ୍ମଦ ମୀର ଏବଂ ବିଲାଲ ପୁପୁ ଜାମ୍ମୁ-କାଶ୍ମୀରର ୧୬ ଜାଗାରେ ରେଡ୍ ମାରିଛି ଏନଆଇଏ । ଅଭିଯୁକ୍ତମାନେ ପାକିସ୍ତାନର ନିର୍ଦ୍ଦେଶରେ କାଶ୍ମୀର ଘାଟିରେ ଥିବା ଆତଙ୍କୀ ସଂଗଠନକୁ ସହଯୋଗ କରୁଥିଲେ । ସୂଚନା ଅନୁଯାୟୀ, ଘାଟିରେ ଏବେ ଆତଙ୍କୀ କାର୍ଯ୍ୟକଳାପ ବଢିବାରେ ଲାଗିଛି । ତେବେ ଏହି ଆତଙ୍କୀ କାର୍ଯ୍ୟକଳାପକୁ ନେଇ ତଦନ୍ତକାରୀ ସଂସ୍ଥା ତତ୍ପରତା ଦେଖାଇଛି । ଏହି ପ୍ରରିପେକ୍ଷୀରେ ଆଜି ଏନଆଇଇ ଜାମ୍ମ-କାଶ୍ମୀରର ୧୬ଟି ସ୍ଥାନରେ ରେଡ଼୍ କରିଛି । ଆତଙ୍କୀ କାର୍ଯ୍ୟକଳାପ ନେଇ ଶ୍ରୀନଗର, ପୁଲଓ୍ୱାମା ଓ ସୋପିଆନ୍ ସମେତ ୧୬ଟି ସ୍ଥାନରେ ଚଢାଉ କରିଛି । ଏହି ଚଢାଉରେ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ପାକିସ୍ତାନରୁ ମିଳୁଥିବା ଆଦେଶରେ ଏମାନେ କାମ କରୁଥିବାର ଖୁଲାସା କରିଛି ଏନଆଇଏ । ଆଗକୁ ଏପରି ଅନେକ ସ୍ଥାନରେ ଏନଆଇଏ ରେଡ୍ କରିବା ନେଇ ଯୋଜନା ରଖିଛି ।