18.1 C
Bhubaneswar
Tuesday, November 26, 2024
Homeଓଡିଶାଶିଖରଚଣ୍ଡୀ ପାହାଡ଼ରେ ଗଛକଟା ପ୍ରସଙ୍ଗରେ ଏନ୍‌ଜିଟି ଛାଟ

ଶିଖରଚଣ୍ଡୀ ପାହାଡ଼ରେ ଗଛକଟା ପ୍ରସଙ୍ଗରେ ଏନ୍‌ଜିଟି ଛାଟ

ଭୁବନେଶ୍ୱର : ଶିଖରଚଣ୍ଡୀ ପାହାଡ଼ରେ ଗଛକଟା ପ୍ରସଙ୍ଗରେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଛାଟ । ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ କୌଣସି କାର୍ଯ୍ୟ ନକରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି । ତା’ସହ ସିସିଏଫଙ୍କ ଅଧ୍ୟକ୍ଷତାରେ ଏକ ୪ ଜଣିଆ କମିଟି ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏନଜିଟି । ସପ୍ତାହ ମଧ୍ୟରେ ଘଟଣାସ୍ଥଳ ପରିଦର୍ଶନ କରି ଷ୍ଟେକ୍ ହୋଲଡରଙ୍କ ସହ ଆଲୋଚନା କରିବାକୁ ଏବଂ ୩ ସପ୍ତାହ ମଧ୍ୟରେ ଟ୍ରିବ୍ୟୁନାଲଙ୍କ ନିକଟରେ ସମ୍ପୂର୍ଣ୍ଣ ରିପୋର୍ଟ ଦାଖଲ ପାଇଁ କହିଛନ୍ତି । ଆସନ୍ତା ୫ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି କହିଛନ୍ତି ଏନ୍‌ଜିଟି । ସୂଚନା ଅନୁଯାୟୀ, ଶିଖରଚଣ୍ଡୀ ପାହାଡ଼ରେ ବୁଲଡୋଜର ସହାୟତାରେ ପଥର ଫଟାଇ ପାହାଡ଼ ସଫା କରାଯାଉଥିଲା ।

ଭୁବନେଶ୍ୱରକୁ ପାଣି ଯୋଗାଣ ପାଇଁ ଏକ ବିଶାଳ ପାଣି ଟାଙ୍କି ନିର୍ମାଣ କରାଯାଉଥିବା କୁହାଯାଉଛି । ଏହି ପ୍ରକଳ୍ପକୁ ବିରୋଧ କରି ସ୍ଥାନୀୟ ଲୋକେ ନ୍ୟାସନାଲ ଗ୍ରୀନ ଟ୍ରିବ୍ୟୁନାଲଙ୍କ ଦ୍ୱାରସ୍ତ ହୋଇଥିଲେ । ପୂର୍ବଘାଟ ପର୍ବତମାଳାର ଅଂଶ ବିଶେଷ ଥିବା ଏହି ପାହାଡ଼ ଜୈବ ବିବିଧତାରେ ପରିପୂର୍ଣ୍ଣ । ବାଣୀବିହାର ଉଦ୍ଭିଦ ବିଜ୍ଞାନ ବିଭାଗ ଦ୍ୱାରା ନିକଟରେ ହୋଇଥିବା ଏକ ସର୍ଭେ ଅନୁସାରେ, କେବଳ ଶିଖରଚଣ୍ଡୀ ପାହାଡରେ ୨ ଶହ ୨୦ ପ୍ରକାରର ଔଷଧୀୟ ବୃକ୍ଷ ସହ ଅନେକ ଜୀବଜନ୍ତୁ ଥିବା ଦର୍ଶାଯାଇଥିଲା । ପାହାଡ଼ ନଷ୍ଟ ସହ ଏସବୁ ଅବକ୍ଷୟ ହେଉଥିବା ଅଭିଯୋଗ ଆଣି ଏନ୍‌ଜିଟିଙ୍କ ଦ୍ୱାରସ୍ଥ ହୋଇଥିଲେ ଲୋକେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking