19.1 C
Bhubaneswar
Friday, November 22, 2024
Homeଦେଶ ବିଦେଶମହାରାଷ୍ଟ୍ର ସରକାରଙ୍କୁ ଏନଜିଟିର ଭର୍ତ୍ସନା, ନଦୀଜଳ ପ୍ରଦୂଷଣ ପାଇଁ କୋଟିଏ ଜରିମାନା

ମହାରାଷ୍ଟ୍ର ସରକାରଙ୍କୁ ଏନଜିଟିର ଭର୍ତ୍ସନା, ନଦୀଜଳ ପ୍ରଦୂଷଣ ପାଇଁ କୋଟିଏ ଜରିମାନା

ନୂଆଦିଲ୍ଲୀ: ଜାତୀୟ ସବୁଜ ଟ୍ରିବ୍ୟୁନାଲ୍ (ଏନଜିଟି) ପକ୍ଷରୁ ମହାରାଷ୍ଟ୍ର ସରକାରଙ୍କୁ କୋଟିଏ ଟଙ୍କାର ଜରିମାନା କରାଯାଇଛି । ପୂର୍ବରୁ ସୁପ୍ରିମକୋର୍ଟ ନିର୍ଦ୍ଦିଷ୍ଟ ପ୍ରସଙ୍ଗରେ ଦେଇଥିôବା ରାୟ ପରିପାଳନରେ ମହାରାଷ୍ଟ୍ର ସରକାର ବିଫଳ ହୋଇଥିବାରୁ ଏନ୍‌ଜିଟି ଏହି ଜରିମାନା କଷିଛନ୍ତି । ଦେଶର ୧୨ଟି ଜ୍ୟୋତିର୍ଲିଙ୍ଗ ମଧ୍ୟରୁ ଅନ୍ୟତମ ତ୍ରୟମ୍ବକେଶ୍ୱର ନିକଟସ୍ଥ ନଦୀରେ ମହାରାଷ୍ଟ୍ରର ବିଭିନ୍ନ ସହରର ବର୍ଜ୍ୟଜଳ ମିଶୁଥିବାରୁ ଏହି ପବିତ୍ର ପର୍ଯ୍ୟଟନସ୍ଥଳର ଶୋଭା ନଷ୍ଟ ହେଉଛି ବୋଲି ସୁପ୍ରିମକୋର୍ଟ କହିବା ସହ ଏନେଇ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ । କିନ୍ତୁ ଅଦ୍ୟାବଧି ମହାରାଷ୍ଟ୍ର ସରକାର ଏହି ନିର୍ଦ୍ଦେଶନାମାକୁ କାର୍ଯ୍ୟକାରୀ କରି ନ ଥିôବାରୁ ଏହାକୁ ଭର୍ତ୍ସନା କରିବା ସହ ଆଗାମୀ ଶୁଣାଣିରେ ରାଜ୍ୟ ମୁଖ୍ୟ ସଚିବ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଉପସ୍ଥିତ ରହିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି ।

ଏଥିସହ ଅନ୍ତରୀଣ କ୍ଷତିପୂରଣ ବାବଦରେ କୋଟିଏ ଟଙ୍କା ନାସି ଜିଲ୍ଲାର ଜିଲ୍ଲାପାଳଙ୍କ ନିକଟରେ ଦାଖଲ କରିବାକୁ ଏନ୍‌ଜିଟି ନିର୍ଦ୍ଦେଶ ଦେଇଛନ୍ତି । ଏହି ଅର୍ଥର ଉପଯୋଗରେ ନାସିକ ଜିଲ୍ଲାପାଳ ତ୍ରୟମ୍ବକେଶ୍ୱର ନିକଟସ୍ଥ ନଦୀର ସଫେଇ କାର୍ଯ୍ୟ କରିବେ । ଏନଜିଟିର ପ୍ରମୁଖ ଖଣ୍ଡପୀଠ ଅଧ୍ୟକ୍ଷ ଜଷ୍ଟିସ୍ ଆଦର୍ଶ କୁମାର ଗୋଏଲ୍ ଗତ ୧୬ ତାରିଖରେ କହିଥିଲେ ଯେ ତ୍ରୟମ୍ବକେଶ୍ୱର ମହାନଗର ପରିଷଦ ସହରର ବର୍ଜ୍ୟଜଳ ନଦୀରେ ପହଞ୍ଚିବାରୁ ରୋକିପାରିନାହାନ୍ତି । ଏପରିକି ଗତ ଦୁଇ ବର୍ଷ ଭିତରେ ଏନଜିଟି ୪ ଥର ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ତ୍ରୟମ୍ବକେଶ୍ୱର ମହାନଗର ପରିଷଦ ପକ୍ଷରୁ ଏଥିନେଇ ଶୂନ ପଦକ୍ଷେପ ନିଆଯାଇଥିବାରୁ ଏଥିରେ ଟ୍ରବ୍ୟୁନାଲ୍ କ୍ଷୋଭ ପ୍ରକାଶ କରିଛନ୍ତି । ମହାରାଷ୍ଟ୍ର ସରକାରଙ୍କ ଆଭିମୁଖ୍ୟ ସମ୍ପୂର୍ଣ୍ଣ ଭାବେ ନୈରାଶ୍ୟଜନକ । ଉଭୟ ସୁପ୍ରିମକୋର୍ଟ ଓ ଏନ୍‌ଜିଟି ଏକାଧିକ ବାର ନିର୍ଦ୍ଦେଶ ଦେଇଥିଲେ ହେଁ ଏହାକୁ କାର୍ଯ୍ୟକାରୀ କରିବାରେ ମହାରାଷ୍ଟ୍ର ସରକାର ଯଥେଷ୍ଟ ଖିଲାପ କରିଛନ୍ତି ।

ଜନସାଧାରଣଙ୍କ ପ୍ରତି ରାଜ୍ୟ ସରକାରଙ୍କ ରହିଥିବା କର୍ତ୍ତବ୍ୟବୋଧରେ ବ୍ୟାପକ ଅବହେଳା ପରିଲକ୍ଷିତ ହୋଇଛି । ଆଇନର ବରାବର ଖିଲାପ ଜନସାଧାରଣଙ୍କୁ ଏକ ସ୍ୱଚ୍ଛ ପରିବେଶରୁ ବଞ୍ଚିତ କରିଛି । ତା’ଛଡ଼ା ଏହା ଜନସ୍ୱାସ୍ଥ୍ୟ ପ୍ରତି ମଧ୍ୟ ବିପଦ ସୃଷ୍ଟି କରିଥିବାରୁ ଏହା ସମ୍ପୂର୍ଣ୍ଣ ଭାବେ ସମ୍ବିଧାନର ପରିପନ୍ଥୀ ବୋଲି ଏନ୍‌ଜିଟି ଖଣ୍ଡପୀଠ କହିଛନ୍ତି । ସେହିପରି ଖଣ୍ଡପୀଠ ଆହୁରି କହିଛନ୍ତି ଯେ ଆଇନର ଅମାନ୍ୟ କରି ମହାରାଷ୍ଟ୍ର ସରକାର ଅପରାଧ କରିଛନ୍ତି । କାରଣ ଦୂଷିତ ଜଳ ବ୍ୟବହାର କରି ସାଧାରଣ ଲୋକଙ୍କ ଶରୀର ଅସୁସ୍ଥ ହେବା କୌଣସି ଅପରାଧଠାରୁ କମ୍ ନୁହେଁ । ଏହାଛଡ଼ା ଦୂଷିତ ଜଳ ଅନ୍ୟାନ୍ୟ ପ୍ରାଣୀମାନଙ୍କର ପାନୀୟ ଜଳ ଆବଶ୍ୟକତାକୁ ମଧ୍ୟ ପ୍ରତିହତ କରିଛି । ତେଣୁ ମହାରାଷ୍ଟ୍ରର ମୁଖ୍ୟ ସଚିବ ବ୍ୟକ୍ତିଗତ ଭାବେ ଏହି ସମସ୍ୟା ପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଏନ୍‌ଜିଟି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ତ୍ରୟମ୍ବକେଶ୍ୱର ମହାନଗର ପରିଷଦ ଓ ଅନ୍ୟାନ୍ୟ ସ୍ଥାନୀୟ କର୍ତ୍ତୃପକ୍ଷ ଏଠାକାର ପବିତ୍ର ନଦୀର ଜଳକୁ ଦୂଷିତ ହେବାରୁ ବଞ୍ଚାଇବା ଦିଗରେ କୌଣସି ପ୍ରକାର ପଦକ୍ଷେପ ନେଇ ନ ଥିବାରୁ ଏହା ବିରୋଧରେ କିରନ୍ ରାମଦାସ କାମ୍ବଲେ ଓ ଅନ୍ୟାନ୍ୟ କେତେକ ଏନେଇ ଜନସ୍ୱାର୍ଥ ମାମଲା ଦାଏଣ୍ କରିଥିଲେ । ଏହି ଆବେଦନର ବିଚାର କର ପୂର୍ବରୁ ଏନ୍‌ଜିଟି ମହାରାଷ୍ଟ୍ର ରାଜ୍ୟର ସହରାଞ୍ଚଳ ବିକାଶ ବିଭାଗ ସଚିବଙ୍କୁ ବର୍ଜ୍ୟଜଳ ଯେପରି ତ୍ରୟମ୍ବକେଶ୍ୱର ନଦୀରେ ନ ମିଶିବ ଓ ସହରରେ ବର୍ଜ୍ୟଜଳ ପରିଚାଳନା ପ୍ଲାଣ୍ଟ୍ ସଠିକ୍ ଭାବେ କାର୍ଯ୍ୟ କରିପାରିବ, ସେଦିଗରେ ପଦକ୍ଷେପ ନେବାକୁ ଏନ୍‌ଜିଟି ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking