28.1 C
Bhubaneswar
Monday, July 1, 2024
Homeଖେଳଭାରତ ଆସିପାରନ୍ତି ନେମାର ଜୁନିୟର୍‌; ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ଖେଳିବେ ମ୍ୟାଚ୍‌!

ଭାରତ ଆସିପାରନ୍ତି ନେମାର ଜୁନିୟର୍‌; ମୁମ୍ବାଇ ସିଟି ଏଫ୍‌ସି ବିପକ୍ଷରେ ଖେଳିବେ ମ୍ୟାଚ୍‌!

ମୁମ୍ବାଇ: ବ୍ରାଜିଲ୍‌ର ଷ୍ଟାର୍ ଫୁଟ୍‌ବଲର୍ ନେମାର ଜୁନିୟର୍ ଏଏଫ୍‌ସି ଚାମ୍ପିଅନ୍ସ ଲିଗ୍ ଖେଳିବା ପାଇଁ ଭାରତ ଆସିପାରନ୍ତି । ଇଣ୍ଡିଆନ୍ ସୁପର୍ ଲିଗ୍ (ଆଇଏସ୍‌ଏଲ୍‌) ଟିମ୍ ମୁମ୍ବାଇ ସିଟି ଏଫ୍‌ସି ଏସିଆନ୍ ଫୁଟ୍‌ବଲ୍ କନ୍‌ଫେଡେରେସନ୍ (ଏଏଫ୍‌ସି) ଚାମ୍ପିଅନ୍ସ ଲିଗ୍‌ର ଡ୍ର’ରେ ସାଉଦି ଆରବ କ୍ଲବ୍ ଅଲ୍ ହିଲାଲ୍ ସହିତ ଗୋଟିଏ ଗ୍ରୁପ୍‌ରେ ରହିଛି । ନିକଟରେ ନେମାର ଅଲ୍ ହିଲାଲ୍‌ରେ ଯୋଗ ଦେଇଛନ୍ତି । ମୁମ୍ବାଇ ସିଟି ଏଫ୍‌ସି ନିଜର ଘରୋଇ ମ୍ୟାଚ୍ ପୁଣେର ବାଲେୱାଡ଼ି ଷ୍ଟାଡିୟମ୍‌ରେ ଖେଳିବ । ନେମାରଙ୍କ ଟିମ୍ ଅଲ୍ ହିଲାଲ୍ ମୁମ୍ବାଇ ବିପକ୍ଷରେ ନିଜର ଆୱେ ମ୍ୟାଚ୍ ଖେଳିବା ପାଇଁ ମୁମ୍ବାଇ ଆସିବ ।

ଏଥିରେ ନେମାର ମଧ୍ୟ ଟିମ୍ ସହିତ ଆସିପାରନ୍ତି । ତେବେ ଟୁର୍ଣ୍ଣାମେଣ୍ଟ୍‌ର ମ୍ୟାଚ୍ କାର୍ଯ୍ୟକ୍ରମ ଘୋଷଣା ହୋଇନାହିଁ । ଏହି ଦୁଇଟି ଟିମ୍ ବ୍ୟତୀତ ଗ୍ରୁପ୍‌-ଡି’ରେ ଇରାନ୍‌ର ଏଫ୍‌ସି ନାସାଜି ମଜାନ୍ଦରାନ୍ ଓ ଉଜ୍‌ବେକିସ୍ତାନର ପିଏଫ୍‌ସି ନୱବହର୍ ନାମାଙ୍ଗନ୍ ରହିଛନ୍ତି । ଅଲ୍ ହିଲାଲ୍ ଚାମ୍ପିଅନ୍ସ ଲିଗ୍ ଇତିହାସରେ ସବୁଠୁ ସଫଳ ଟିମ୍ । ଚଳିତ ବର୍ଷ ଟିମ୍ ଟ୍ରାନ୍ସଫର୍ ୱିଣ୍ଡୋରେ ନେମାରଙ୍କ ସହିତ ରୁବେନ୍ ନେଭ୍‌ସ, କାଲିଡୋ, କାଲିବଲି ଏବଂ କ୍ରୋଏସିଆର ସର୍ଗେଜ୍ ମିଲିନ୍‌କୋଭିକ୍ ସେଭିକ୍‌ଙ୍କ ପରି ଖେଳାଳିଙ୍କ ନିଜ କ୍ଲବ୍‌ରେ ସାମିଲ କରିଛି । ଏସିଆନ୍ ଚାମ୍ପିଅନ୍ସ ଲିଗ୍‌ର ଗ୍ରୁପ୍ ପର୍ଯ୍ୟାୟରେ ବର୍ତ୍ତମାନ ସୁଦ୍ଧା ଭାରତର ଦୁଇଟି କ୍ଲବ୍ ପହଞ୍ଚି ପାରିଛନ୍ତି । ଏହା ମଧ୍ୟରେ ଏଫ୍‌ସି ଗୋଆ ଓ ମୁମ୍ବାଇ ସିଟି ଏଫ୍‌ସି ସାମିଲ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking