29.1 C
Bhubaneswar
Saturday, November 16, 2024
Homeଅପରାଧନବବଧୂର ଗଳା କାଟିଦେଲା ପ୍ରେମିକ, ଶେଷରେ କ’ଣ ହେଲା ଜାଣନ୍ତୁ....

ନବବଧୂର ଗଳା କାଟିଦେଲା ପ୍ରେମିକ, ଶେଷରେ କ’ଣ ହେଲା ଜାଣନ୍ତୁ….

ଲକ୍ଷ୍ନୌ: ଉତ୍ତରପ୍ରଦେଶର ମୁରାଦାବାଦରେ ଜଣେ ଯୁବକ ନବବଧୂଙ୍କ ଉପରେ ଆକ୍ରମଣ କରି ତାଙ୍କ ଗଳା କାଟି ଦେଇଥିବାର ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଏହି ଆକ୍ରମଣରେ ବଧୂଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା । ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୀଡିତାଙ୍କ ବିବାହ ତିନିଦିନ ପୂର୍ବରୁ ହୋଇଥିବା ଜଣାପଡ଼ିଛି । ତେବେ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ଫେରାର ରହିଛି । ପୁଲିସ ତାକୁ ଗିରଫ କରିବା ପାଇଁ ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ, ଫେବୃଆରି ୨୧ ତାରିଖ ରାତିରେ କୁନ୍ଦରକି ଥାନା ଅଞ୍ଚଳସ୍ଥ ଫାଜିଲପୁରରୁ ଏହି ଘଟଣା ସାମ୍ନାକୁ ଆସିଛି । ପୀଡିତା ବାହା ହୋଇ ତାଙ୍କ ବାପା ଘରକୁ ଆସିଥିଲେ । ଘରେ ବସି ଖାଉଥିବା ବେଳେ ହଠାତ ପଡ଼ିଶାରେ ରହୁଥିବା ଜଣେ ଯୁବକ ତାଙ୍କ ଉପରେ ଆକ୍ରମଣ କରିଥିଲା ।

କେହି କିଛି ବୁଝିବା ପୂର୍ବରୁ ସେ ଯୁବତୀଙ୍କ ଗଳା କାଟି ଦେଇଥିଲା । ଏହି ଆକ୍ରମଣରେ ଗୁରୁତର ହୋଇ ପଡ଼ିଥିବା ପୀଡିତାଙ୍କୁ ତୁରନ୍ତ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ବଧୂଙ୍କ ବାପା ଏହି ଘଟଣାକୁ ନେଇ କହନ୍ତି, ‘ଚାରିବର୍ଷ ପୂର୍ବେ ଝିଅ ସହିତ ଅସଦାଚରଣ କରୁଥିବା ଦେଖି ମୁଁ ଅଭିଯୁକ୍ତ ୟାସିନଙ୍କୁ ମାଡ଼ ମାରିଥିଲି । ତେବେ ସେ ଏଭଳି ଭାବେ କାହିଁକି ଝିଅ ଉପରେ ଆକ୍ରମଣ କରିଲା ମୁଁ ଏଯାଏଁ କିଛି ବୁଝି ପାରୁନାହିଁ ।’ ଏହି ଘଟଣାକୁ ନେଇ ପୁଲିସ କହିଛି, ‘ଏହି ଦୁଇଜଣଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା ।

ପୀଡିତାଙ୍କ ତିନି-ଦିନ ପୂର୍ବରୁ ବିବାହ ହୋଇଥିଲା । ବ?ାପଘରେ ତାଙ୍କର ଏକ ବିବାହ ଉତ୍ସବ ଥିବାରୁ ସେ ସାମିଲ ହେବାକୁ ଆସିଥିଲେ । ଏହି ସମୟରେ ପଡ଼ିଶା ଯୁବକ/ପ୍ରେମିକ ତାଙ୍କ ଉପରେ ଆକ୍ରମଣ କରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking