19.1 C
Bhubaneswar
Wednesday, February 11, 2026
Homeଖେଳଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଘୋଷିତ; ଲାଥମ୍ କ୍ୟାପ୍‌ଟେନ୍‌, ଆହତ ୱିଲିୟମ୍‌ସନ୍...

ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଘୋଷିତ; ଲାଥମ୍ କ୍ୟାପ୍‌ଟେନ୍‌, ଆହତ ୱିଲିୟମ୍‌ସନ୍ ସାମିଲ

ନୂଆଦିଲ୍ଲୀ: ଭାରତ ବିପକ୍ଷ ଟେଷ୍ଟ ସିରିଜ୍ ପାଇଁ ନ୍ୟୁଜିଲାଣ୍ଡ ଟିମ୍ ଘୋଷଣା କରାଯାଇଛି। ତିନି ମ୍ୟାଚ୍‌ର ସିରିଜ୍ ପାଇଁ ଟମ୍ ଲାଥମ୍‌ଙ୍କୁ କ୍ୟାପ୍‌ଟେନ୍ ନିଯୁକ୍ତ କରାଯାଇଛି। ପୂର୍ଣ୍ଣକାଳୀନ କ୍ୟାପ୍‌ଟେନ୍ ନିଯୁକ୍ତ ହେବାପରେ ପ୍ରଥମ ଥର ସେ ଟିମ୍‌ର ନେତୃତ୍ୱ ନେବେ। ମଙ୍ଗଳବାର ରାତିରେ ଘୋଷିତ ଟିମ୍‌ରେ ମାର୍କ ଚ୍ୟାପ୍‌ମ୍ୟାନ୍‌ଙ୍କୁ ପ୍ରଥମ ଥର ସୁଯୋଗ ଦିଆଯାଇଛି। ଈଶ୍ ସୋଢ଼ୀଙ୍କୁ ଦ୍ୱିତୀୟ ଏବଂ ତୃତୀୟ ଟେଷ୍ଟ ପାଇଁ ଟିମ୍‌ରେ ସ୍ଥାନ ମିଳିଛି। ସେହିପରି ଆହତ ସତ୍ତ୍ୱେ ପୂର୍ବତନ କ୍ୟାପ୍‌ଟେନ୍ କେନ୍ ୱିଲିୟମ୍‌ସନ୍‌ଙ୍କୁ ସ୍କ୍ୱାଡ୍‌ରେ ସାମିଲ କରାଯାଇଛି। ମାତ୍ର ୱିଲିୟମ୍‌ସନ୍ ପ୍ରଥମ ଟେଷ୍ଟ ଖେଳିବେନାହିଁ। ତେବେ ସିରିଜ୍‌ର ଶେଷ ମ୍ୟାଚ୍ ପାଇଁ ସେ ଉପଲବ୍ଧ ରହିପାରନ୍ତି ବୋଲି ସିଲେକ୍ଟର ସାମ୍ ୱେଲ୍ସ ଆଶାବ୍ୟକ୍ତ କରିଛନ୍ତି। ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୩ ଟେଷ୍ଟର ସିରିଜ୍ ଅକ୍ଟୋବର ୧୬ ତାରିଖରୁ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍ ବେଙ୍ଗାଲୁରୁ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଖେଳାଯିବ। ଶ୍ରୀଲଙ୍କା ଗସ୍ତରେ ଥିବା କିୱି ଟିମ୍ ୧୧ ତାରିଖରେ ଭାରତରେ ପହଞ୍ଚିବ।

ବ୍ୟାଟିଂ ଅଲ୍‌ରାଉଣ୍ଡର୍ ମାର୍କ ଚ୍ୟାପ୍‌ମ୍ୟାନ୍‌ଙ୍କୁ ପ୍ରଥମ ଥର ପାଇଁ ଟେଷ୍ଟ ଟିମ୍‌ରେ ସାମିଲ କରାଯାଇଛି। ତାଙ୍କୁ ଆହତ ୱିଲିୟମ୍‌ସନ୍‌ଙ୍କ ସ୍ଥାନରେ ବଛାଯାଇଛି। ସେହିପରି ଅଲ୍‌ରାଉଣ୍ଡର ମାଇକେଲ୍ ବ୍ରେସ୍‌ୱେଲ୍‌ଙ୍କୁ ପ୍ରଥମ ଟେଷ୍ଟ ପାଇଁ ଟିମ୍‌ରେ ସାମିଲ କରାଯାଇଛି। ଏହାପରେ ସେ ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ସେ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କରିବେ। ଦ୍ୱିତୀୟ ଓ ତୃତୀୟ ଟେଷ୍ଟରେ ଈଶ ସୋଢ଼ୀ ତାଙ୍କ ସ୍ଥାନ ନେବେ।

ନ୍ୟୁଜିଲାଣ୍ଡ ଟେଷ୍ଟ ସ୍କ୍ୱାଡ୍‌: ଟମ୍ ଲାଥମ୍ (କ୍ୟାପ୍‌ଟେନ୍‌), ଟମ୍ ବ୍ଲଣ୍ଡେଲ୍ (ୱିକେଟ୍‌କିପର୍‌), ମାଇକେଲ୍ ବ୍ରେସ୍‌ୱେଲ୍ (ପ୍ରଥମ ଟେଷ୍ଟ), ମାକ ଚ୍ୟାପ୍‌ମ୍ୟାନ୍‌, ଡେଭନ୍ କନ୍‌ୱେ, ମ୍ୟାଟ୍ ହେନ୍‌ରୀ, ଡାରିଲ୍ ମିଚେଲ୍‌, ୱିଲିୟମ୍ ଓରୁର୍କ, ଏଜାଜ୍ ପଟେଲ୍‌, ଗ୍ଲେନ୍ ଫିଲିପ୍ସ, ରଚିନ୍ ରବୀନ୍ଦ୍ର, ମିଚେଲ୍ ସାଣ୍ଟନର୍‌, ବେନ୍ ସିୟର୍ସ, ଈଶ୍ ସୋଢ଼ୀ (ଦ୍ୱିତୀୟ ଓ ତୃତୀୟ ଟେଷ୍ଟ), ଟିମ୍ ସାଉଦି, କେନ୍ ୱିଲିୟମ୍‌ସନ୍ ଓ ୱିଲ୍ ୟଙ୍ଗ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking