28.1 C
Bhubaneswar
Friday, November 22, 2024
Homeଦେଶ ବିଦେଶଆସିଲା ନୂଆ ଯୋଜନା:‘ଜୟ ଅନୁସନ୍ଧାନ’

ଆସିଲା ନୂଆ ଯୋଜନା:‘ଜୟ ଅନୁସନ୍ଧାନ’

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗୁରୁବାର ଲୋକସଭାରେ ଅନ୍ତରୀଣ ବଜେଟ ଉପସ୍ଥାପନ କରିଛନ୍ତି । ଏହି ସମୟରେ ସେ  ପ୍ରଥମ ଓ ଦ୍ୱିତୀୟ ପାଳି ସରକାରର ଅର୍ଥନୀତି ଅବତାରଣା କରିବା ସହ ନୂଆ ଯୋଜନା ସମ୍ପର୍କରେ ଘୋଷଣା କରିଛନ୍ତି ।

ଗବେଷଣା ପାଇଁ ‘ଜୟ ଅନୁସନ୍ଧାନ’ ଯୋଜନା ବ୍ୟବସ୍ଥା କରାଯାଇଛି । ‘ଜୟ ଅନୁସନ୍ଧାନ’ ଯୋଜନାରେ ୧ ଲକ୍ଷ କୋଟି ଟଙ୍କାର ଋଣ ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି ।

ସେହିପରି ସେ କହିଛନ୍ତି  ଗରିବଙ୍କୁ ପକ୍କା ଘର ଯୋଗାଇ ଦିଆଯାଉଛି ।  ୫ ବର୍ଷରେ ଆଉ ୨ କୋଟି ପକ୍କା ଘର ଯୋଗାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।  ୧ କୋଟି ଘରକୁ ୩ଶହ ୟୁନିଟ ମାଗଣା ବିଜୁଳି ଯୋଗାଣ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି । ଏହାଛଡ଼ା ୯ରୁ ୧୪ ବର୍ଷର ବାଳିକାଙ୍କୁ ସର୍ଭାଇକାଲ କ୍ୟାନସର ଟିକା ଦିଆଯିବ ବୋଲି ସେ କହିଛନ୍ତି । ମଧ୍ୟବିତ୍ତଙ୍କ ପାଇଁ ନୂଆ ଘର ନିର୍ମାଣ ଯୋଜନା  ଆରମ୍ଭ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

ଏହାଛଡ଼ା ସେ କହିଛନ୍ତି ଯେ ସମାଜର ସବୁ ବର୍ଗର ଲୋକଙ୍କ ବିକାଶ ପାଇଁ ବ୍ୟବସ୍ଥା ହୋଇଛି । ସବକା ସାଥ, ସବକା ବିକାଶ ଓ ସବକା ପ୍ରୟାସ ଚାଲୁ ରହିଛି । ସବକା ସାଥ ମନ୍ତ୍ରରେ ଦେଶ ଆଗେଇ ଚାଲିଛି । ତେବେ ୨୦୪୭ ସୁଦ୍ଧା ବିକଶିତ ଭାରତ ଆମର ମୂଳ ଲକ୍ଷ୍ୟ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।
ସବୁ ବର୍ଗର ଯୋଗ୍ୟ ବ୍ୟକ୍ତିଙ୍କୁ ସରକାର ସୁବିଧା ଯୋଗାଉଛନ୍ତି । ଗରିବ, ମହିଳା, ଯୁବ ଓ ଅନ୍ନଦାତାଙ୍କ ଉନ୍ନତିଙ୍କୁ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି । ଗରିବ କଲ୍ୟାଣ ହେଉଛି ଦେଶର କଲ୍ୟାଣ ବୋଲି  ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ।

ସେହିପରି ସେ କହିଛନ୍ତି  ଯେ ୨୫ କୋଟି ଲୋକଙ୍କୁ ଗରିବୀରୁ ମୁକ୍ତି ଦିଆଯାଇଛି । ଡିବିଟି ଜରିଆରେ ୩୪ ଲକ୍ଷ କୋଟି ପ୍ରଦାନ କରାଯାଇଛି ।  ଜନଧନ ଆକାଉଣ୍ଟ ଜରିଆରେ ହିତାଧିକାରୀଙ୍କୁ ସିଧା ସହାୟତା ମିଳୁଛି ।

ପିଏମ କୃଷକ ସମ୍ମାନ ନିଧି ଯୋଜନାରେ ୧୧.୮ କୋଟି ଚାଷୀଙ୍କୁ ଲାଭ ମିଳୁଛି । ଜାତୀୟ ଶିକ୍ଷା ନୀତି ଜରିଆରେ ଶିକ୍ଷାକୁ ଅଧିକ ଉପାଦେୟ କରାଯାଇଛି । ୭ଟି ଆଇଆଇଟି, ୧୬ଟି ଟ୍ରିପଲ ଆଇଟି ଓ ୭ଟି ଆଇଆଇଏମ ପ୍ରତିଷ୍ଠା ହୋଇଛି । ୧୩ଟି ଏମସ ଓ ୩୯୦ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି ।
ସେହିପରି ଜିଡିପିକୁ ସରକାର ଗୁରୁତ୍ୱ ଦେଉଥିବା ଅର୍ଥମନ୍ତ୍ରୀ କହିଛନ୍ତି । ଜି-ଗଭର୍ଣ୍ଣାନ୍ସ, ଡି-ଡେଭଲପମେ, ପି- ପରଫରମାନ୍ସ । ଭାରତକୁ ବିକାଶର ଉତ୍ତୁଙ୍ଗ ଶିଖରକୁ ନେବା ଆମର ମୂଳ ଲକ୍ଷ୍ୟ । ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ବିକଶିତ ଭାରତ ଆମର ଲକ୍ଷ୍ୟ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।  ଆଶା ଓ ଅଙ୍ଗନବାଡ଼ି କର୍ମୀଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ସାମିଲ କରାଯିବା ନେଇ ମଧ୍ୟ ସେ କହିଛନ୍ତି ।
୩କୋଟି ଲକ୍ଷପତି ଦିଦି ସୃଷ୍ଟି କରାଯିବାକୁ ଲକ୍ଷ୍ୟ ରଖାଯାଇଥିବା ଅର୍ଥମନ୍ତ୍ରୀ କହିଛନ୍ତି । ୮୩ ଲକ୍ଷ ଏସଏଚଜିରେ ଏବେ ୯କୋଟି ମହିଳା ସାମିଲ ଅଛନ୍ତି । ଏଯାବତ ୧ କୋଟି ମହିଳା ଲକ୍ଷପତି ଦିଦି ହୋଇସାରିଲେଣି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking