28.1 C
Bhubaneswar
Sunday, November 17, 2024
Homeବ୍ରେକୀଙ୍ଗସିବିଏସଇର ନୂଆ ନିୟମ ସଂପର୍କରେ ପଢନ୍ତୁ

ସିବିଏସଇର ନୂଆ ନିୟମ ସଂପର୍କରେ ପଢନ୍ତୁ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନର ନୂଆ ନିୟମ ଅନୁସାରେ, ଏବେ ଦଶମ ଶ୍ରେଣୀରେ କେହି ଫେଲ ହେବେନାହିଁ । ପପୁ ଚପୁ ସମସ୍ତେ ପାସ ହେବେ । ଯଦି ଛାତ୍ରଛାତ୍ରୀ କୌଣସି ସ୍କିଲରେ ଭଲ, ତେବେ ଏହି ଆଧାରରେ ଫେଲ ହେବେ ନାହିଁ କାରଣ ତାଙ୍କର ଗଣିତରେ ଯଦି କମ୍ ନମ୍ବର ରହିଛି କିମ୍ବା ବିଜ୍ଞାନରେ ବି କମ୍ ନମ୍ବର ରହିଛି । ଏହାଦ୍ୱାରା ସବୁଠୁ ବଡ ଫାଇଦା ହେବ କି ସେମାନଙ୍କ ସମୟ ନଷ୍ଟ ହେବାରୁ ବର୍ତିଯିବ । ସ୍କିଲ ଇଣ୍ଡିଆ ଉଦ୍ଦେଶ୍ୟକୁ ଧ୍ୟାନରେ ରଖି ସିବିଏସଇ ବୋର୍ଡ ଏହି ନୂଆ ନିୟମ ଆଣିଛି । ଏମିତି କିଛି ବିଦ୍ୟାର୍ଥୀ ଅଛନ୍ତି, ଯିଏ ବିଶେଷ ଭାବରେ ଗଣିତ, ବିଜ୍ଞାନ ଭଳି ବିଷୟରେ ଫେଲ ହୋଇଯାଆନ୍ତି । ମାତ୍ର ଆର୍ଟିଫିସିଆଲ ଇଟେଲିଜେନ୍ସ, କମ୍ପ୍ୟୁଟର କିମ୍ବା ଅନ୍ୟ କ୍ଷେତ୍ରରେ ଉନ୍ନତ ଧରଣର ହୋଇଥାନ୍ତି ।
ଏମିତିରେ କେବଳ ଗୋଟିଏ କିମ୍ବା ଦୁଇଟି ବିଷୟରେ ଭଲ ନମ୍ବର ନରଖିଲେ ବି ଫେଲ ହେବେନାହିଁ । ସିବିଏସଇର ଏହି ନିୟମ ଦ୍ୱାରା ଏବେ ସେହିସବୁ ଛାତ୍ରଛାତ୍ରୀଙ୍କୁ ଲାଭ ମିଳିବ ଯିଏ ପାଠରେ ଦୁର୍ବଳ ହେବା କାରଣରୁ ଫେଲ ହୋଇଯାଆନ୍ତି । ଦକ୍ଷତା ଥାଇ ବି କୌଣସି ପ୍ରକାର ଲାଭ ହେଉନଥିଲା । ମାତ୍ର ଏବେ ପଢା ବ୍ୟତୀତ ଅନ୍ୟ ଦକ୍ଷତା କୌଶଳ ଯୋଗୁଁ ପାସ ହୋଇପାରିବେ । ଏ ସଂକ୍ରାନ୍ତରେ ଟୀଚର ସେଲ ଅଧ୍ୟକ୍ଷ ରାଜୁ ବଣ୍ଡଗର ଙ୍କ ସହ ଆଲୋଚନା କରାଯାଇଥିଲା । ସେ କହିଥିଲେ, ଯଦି ଜଣେ ସାହିତ୍ୟରେ ରୁଚି ରଖୁଛି ଓ ଆଗକୁ ନିଜ କ୍ୟାରିଅର ସେଥିରେ ହିଁ କରିବାକୁ ଚାହୁଁଛି, ସେମିତି ଛାତ୍ରଛାତ୍ରୀଙ୍କ ସମୟ କଣ ନଷ୍ଟ ହେବ କି ସେ ଗଣିତରେ ପାସ କରିପାରିଲାନି କି ବିଜ୍ଞାନରେ ତାର ନମ୍ବର ଟିକେ କମ୍ ରହିଲା । ହେଲେ ଏମିତି ବି କିଛି ପ୍ରତିକ୍ରିୟା ସାମ୍ନାକୁ ଆସିଛି, ଯାହା ଏହି ନିୟମ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏମିତି ଏକ ପ୍ରତିକ୍ରିୟା ଏଜୁକେସନ ଏକ୍ସପର୍ଟ ହୈରାମ୍ବ କୁଲକର୍ଣ୍ଣିଙ୍କ ଠାରୁ ମିଳିଛି । ସେ କହିଛନ୍ତି, ଏହା ଭଲ କଥା ଯେ, କେହି ଫେଲ ହେବେନାହିଁ । କାରଣ ପେଲ ହେବା ଭୟରେ ଡ୍ରପଆଉଟ ରେଟ ବଢିଥାଏ । ହେଲେ ଏଇଟା ବି ଠିକ ନୁହେଁ ଯେ, ପାଠ ବିଷୟରେ ଜ୍ଞାନ ନ ଥାଇ ବି ସେମାନଙ୍କୁ ପାସ କରାଯାଉ । ଏହାର କାରଣ ଏମିତି ପିଲାଙ୍କୁ ବିଶେଷ ପ୍ରଶିକ୍ଷଣ ଦିଆଯାଇ ସେମାନଙ୍କ ପାଠରେ ସୁଧାର ଅଣାଯିବା ଉଚିତ । ପରେ ପାସ କରାଯିବା ଦରକାର ।
ସିବିଏସଇ ତରଫରୁ ପ୍ରସ୍ତୁତ ହୋଇଥିବା ସ୍କିଲ ବେସଡ ଲଣ୍ଣିଂ ପ୍ରୋଗ୍ରାମରେ ଛାତ୍ରଛାତ୍ରୀଙ୍କ ରୁଚି ବଢୁଛି । ୨୦୨୦ରେ ଯେଉଁଠି ୨୦ ପ୍ରତିଶତ ଛାତ୍ରଛାତ୍ରୀ ସ୍କିଲ ବେସଡ ସବଜେକ୍ଟ ବାଛିଥିଲେ ୨୦୨୧ରେ ଏହି ପ୍ରତିଶତ ହାର ୩୦ ହୋଇଛି । ଅର୍ଥାତ ସେମାନଙ୍କ ଇଚ୍ଛା ସ୍କିଲ ଡେଭଲଅପମେଣ୍ଟରେ ବଢିଛି । ଆଉ ଯଦି କିଏ ପଢାରେ ଭଲ ନାହିଁ, ତା ମାନେ ଏଇଟା ନୁହେଁ ଯେ, ସେ ମୂର୍ଖ କିମ୍ବା ପପୁ । କାରଣ ଏବେ ପପୁ ପାସ କରିବ ଓ ତାକୁ ଇଜ୍ଜତ ସହକାରେ ବ୍ୟବହାର କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking