33.5 C
Bhubaneswar
Friday, April 10, 2026
Homeଓଡିଶାଇ- କଓ୍ବୋଇସି ଯାଞ୍ଚ ପରେ ମିଳିବ ନୂଆ ରାଶନ କାର୍ଡ

ଇ- କଓ୍ବୋଇସି ଯାଞ୍ଚ ପରେ ମିଳିବ ନୂଆ ରାଶନ କାର୍ଡ

ଭୁବନେଶ୍ୱର : ଇ- କଓ୍ବୋଇସି ଯାଞ୍ଚ ପରେ ନୂଆ ରାଶନ କାର୍ଡ ମିଳିବ ବୋଲି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି। ବୁଧବାର ଗୃହରେ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ଅନୁପସ୍ଥିତିରେ ଉଚ୍ଚ ଶିକ୍ଷା ମନ୍ତ୍ରୀ କହିଛନ୍ତି, ଆବେଦନ କରିଥିବା ହିତାଧିକାରୀ ନୂଆ ରାଶନ କାର୍ଡ ପାଇବେ। ୧୦ ଲକ୍ଷରୁ ଅଧିକ ହିତାଧିକାରୀ ରାଶନ କାର୍ଡ ପାଇଁ ଅପେକ୍ଷା କରିଛନ୍ତି। ଇ- କଓ୍ବୋଇସି ସମ୍ବେଦନଶୀଳ ପ୍ରସଙ୍ଗ, ଅପଡେଟ କରିବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି ମନ୍ତ୍ରୀ।ରାଜ୍ୟରେ ୧୪ ଲକ୍ଷ ୫୦ ହଜାର ମୃତ ହିତାଧିକାରୀଙ୍କ ନାମରେ ରାଶନ ହଡ଼ପ ହେଉଥିଲା। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ସେସବୁ ହିତାଧିକାରୀଙ୍କୁ ଚିହ୍ନଟ କରାଯାଇଥିଲା। ସେମାନଙ୍କ ସ୍ଥାନରେ ନୂତନ ହିତାଧିକାରୀଙ୍କୁ ସାମିଲ କରାଯିବ ବୋଲି ଯୋଗାଣ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ। ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ନୂଆ ରାଶନ କାର୍ଡ ପାଇବା ପାଇଁ ପାୟ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀ ଆବେଦନ କରିଥିଲେ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking