ଶ୍ରୀଲଙ୍କା : ଶ୍ରୀଲଙ୍କା କ୍ରିକେଟର ଦନୁଷ୍କା ଗୁଣତିଲକା ଦୁଷ୍କର୍ମ ଅଭିଯୋଗରେ ଦଣ୍ଡାଦେଶ ଭୋଗୁଛନ୍ତି। ଯୌନ ଉତ୍ପୀଡନ ମାମଲାରେ ପୁଣି ଏକ ନୂଆ ଖୁଲାସା ହୋଇଛି। ଦନୁଷ୍କା ଦୁଷ୍କର୍ମ ପୀଡିତାଙ୍କ ଗଳାଚାପି ମାରିବାକୁ ମଧ୍ୟ ଉଦ୍ୟମ କରୁଥିଲେ ବୋଲି ଖବର ମିଳିଛି ।
ସୂଚନା ମୁତାବକ, ଗୁଣତିଲକାଙ୍କୁ ହୋଟେଲରୁ ରାତି ୩.୩୦ ମିନିଟରେ ଗିରଫ କରାଯାଇଥିଲା। ଶ୍ରୀଲଙ୍କା ଟିମ୍ ଟି-୨୦ରୁ ବିଦାୟ ନେଇ ଫେରୁଥିବା ବେଳେ ଏମିତି ଘଟଣା ଘଟିଥିଲା। ଗୁଣତିଲକାଙ୍କ ବିପକ୍ଷରେ ୨୯ ବର୍ଷୀୟ ଜଣେ ଯୁବତୀ ଦୁଷ୍କର୍ମ ଅଭିଯୋଗ କରିଥିଲେ। ଯୁବତୀ ଜଣକ ଗୁଣତିଲକାଙ୍କ ସହିତ ଏକ ଡେଟିଂ ଆପ୍ ଜରିଆରେ ସାକ୍ଷାତ କରିଥିଲେ। ନଭେମ୍ବର ୨ ତାରିଖରେ ଦୁଷ୍କର୍ମ ଶିକାର ହୋଇଥିଲେ ଯୁବତୀ । ଆଉ ସେହି ଯୁବତୀ ଯୌନ ଉତ୍ପୀଡନର ଶିକାର ହୋଇଥିବା ପୋଲିସ ଆଗରେ ଅଭିଯୋଗ କରିଥିଲେ। ତେଣୁ ପୋଲିସ ରବିବାର ସକାଳୁ ସିଡନୀ ସେଣ୍ଟ୍ରାଲ ହୋଟେଲରୁ ଗୁଣତିଲକାଙ୍କୁ ଗିରଫ କରିଛି। ଆଉ ଏହି ମାମଲାର ଯାଞ୍ଚ କରୁଛି ।
ଗୁଣତିଲକାଙ୍କ ବିରୁଦ୍ଧରେ ୨୦୧୮ ରେ ମଧ୍ୟ ସମାନ ଅଭିଯୋଗ ହୋଇଥିଲା। ଏହା ପରେ ତାଙ୍କୁ ଶ୍ରୀଲଙ୍କା କ୍ରିକେଟ ତରଫରୁ ଦୁଷ୍କର୍ମ ଅଭିଯୋଗରେ ନିଲମ୍ବିତ କରିଥିଲା। ଶ୍ରୀଲଙ୍କାରେ ଜଣେ ନରୱେ ମହିଳାଙ୍କ ଦ୍ୱାରା ହୋଇଥିବା ଦୁଷ୍କର୍ମ ଅଭିଯୋଗ ଘଟଣାରେ ପୋଲିସ ଗୁଣତିଲକା ଏବଂ ତାଙ୍କ ବନ୍ଧୁଙ୍କୁ ପଚରାଉଚରା କରିଥିଲା। ତେବେ ଗୁଣତିଲକାଙ୍କ ସମ୍ପୃକ୍ତିକୁ ପୋଲିସ ଖାରଜ କରିଦେଇଥିଲା। ପୋଲିସ ଗୁଣତିଲକାଙ୍କୁ ଛାଡି ଦେଇଥିଲା, କିନ୍ତୁ ସେମାନଙ୍କ ସାଙ୍ଗକୁ ଗିରଫ କରାଯାଇଥିଲା।
दनुष्का ने पुलिस बयान में खुद को बेगुनाह बताया #DanushkaGunathilaka https://t.co/2zvPVbcL6D
— AajTak (@aajtak) November 12, 2022