28.1 C
Bhubaneswar
Friday, June 21, 2024
Homeଓଡିଶାଗୁପ୍ତେଶ୍ୱର ପୀଠକୁ ମିଳିବ ନୂଆ ପରିଚୟ; ୨୦ କୋଟି ମଞ୍ଜୁର କଲେ ରାଜ୍ୟ ସରକାର

ଗୁପ୍ତେଶ୍ୱର ପୀଠକୁ ମିଳିବ ନୂଆ ପରିଚୟ; ୨୦ କୋଟି ମଞ୍ଜୁର କଲେ ରାଜ୍ୟ ସରକାର

କୋରାପୁଟ : ଜୈବ ବିବିଧତା ଐତିହ୍ୟସ୍ଥଳୀର ମାନ୍ୟତା ପାଇବ ଗୁପ୍ତେଶ୍ୱର । ଦକ୍ଷିଣ ଓଡ଼ିଶା ପ୍ରଶିଦ୍ଧ ଶୈବପୀଠକୁ ମିଳିବ ନୂଆ ପରିଚୟ । ମହାଦେବଙ୍କ ଆରାଧନା ସହ ମିଳିବ ପର୍ଯ୍ୟଟନର ମଜା । କୋରାପୁଟ ଜିଲ୍ଲାର ବୈପାରିଗୁଡା ବ୍ଲକ ଅନ୍ତର୍ଗତ ହଳଦିକୁଣ୍ଡ ପଞ୍ଚାୟତରେ ଅବସ୍ଥିତ ଗୁପ୍ତେଶ୍ୱର ପୀଠର ହେବ ବିକାଶ । ଏଥିପାଇଁ ରାଜ୍ୟ ସରକାର ୨୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହାରି ଭିତରେ ଏହାକୁ ସ୍ଥାନୀୟ ଜୈବ ବିବିଧତା ପରିଚାଳନା କମିଟି ଏନେଇ ଆଉ ପାଦେ ଆଗେଇଛି ।

୨୦୧୮ ରୁ ଆଗତ ହୋଇଥିବା ଏକ ଲିଖିତ ପ୍ରସ୍ତାବକୁ ବୋର୍ଡ ନିକଟରେ ଉପସ୍ଥାପନ କରିଛି କମିଟି । ରାଜ୍ୟ ଜୈବ ବିବିଧତା ବୋର୍ଡ ଏକ ଟିମ୍ ପ୍ରସ୍ତାବିତ ଅଞ୍ଚଳରେ ସର୍ଭେ କରିବା ପରେ ଜଙ୍ଗଲ ବିଭାଗ ପକ୍ଷରୁ ଆବଶ୍ୟକୀୟ ସହଯୋଗ ଦିଆଯାଉଥିବା ସୂଚନା ଦେଇଛି । ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ସ୍ୱାମିନାଥନ କୃଷୀ ବିଜ୍ଞାନ କେନ୍ଦ୍ର ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ଗୁପ୍ତେଶ୍ୱର ଶୈବ ପୀଠକୁ ଲାଗି ରହିଥିବା ବିସ୍ତିର୍ଣ୍ଣ ଜଙ୍ଗଲରେ ପୁର୍ବରୁ ବିଭିନ୍ନ ପ୍ରକାର ବିରଳ ଜୀବଜନ୍ତୁ ରହୁଥିଲେ । ସେମାନଙ୍କୁ କିପରି ସୁରକ୍ଷା ଦିଆଯିବ ସେନେଇ ଗୁରୁତ୍ୱ ଦିଆଯାଇଛି । ଜଙ୍ଗଲରେ ବିଭିନ୍ନ ପ୍ରକାର ବିରଳ ଔଷଧିୟ ଗଛକୁ ସୁରକ୍ଷିତ ରଖିବାକୁ କରାଯିବ ପ୍ରୟାସ । ଏନେଇ ଏକ ସ୍ୱତନ୍ତ୍ର ଟିମ୍ ହଳଦିକୁଣ୍ଡ ପଞ୍ଚାୟତ ପ୍ରତିନିଧି ଓ ସ୍ଥାନିୟ ଜୈବ ବିବିଧତା ପରିଚାଳନା କମିଟି ସହ ଆଲୋଚନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking