18.1 C
Bhubaneswar
Saturday, November 23, 2024
Homeଓଡିଶାବିଏମସି ପକ୍ଷରୁ ଗଣେଶ ପୂଜା ନେଇ ନୂଆ ଗାଇଡଲାଇନ୍

ବିଏମସି ପକ୍ଷରୁ ଗଣେଶ ପୂଜା ନେଇ ନୂଆ ଗାଇଡଲାଇନ୍

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିବାରୁ କଟକଣା ବି କୋହଳ ହେବାରେ ଲାଗିଛି । ଏହାରି ମଧ୍ୟରେ ଗଣେଶ ପୂଜା ପାଇଁ ଗାଇଡଲାଇନ୍ ଜାରି କରିଛି ଭୁବନେଶ୍ୱର ମହାନଗର ନିଗମ । ଗାଇଡଲାଇନ୍ ମୁତାବକ, ପୂଜା ପାଇଁ ମଣ୍ଡପଗୁଡିକୁ କମିସନରେଟ ପୋଲିସଠାରୁ ଅନୁମତି ନେବାକୁ ପଡିବ । ପୂଜାମଣ୍ଡପ/ପେଣ୍ଡାଲର ୩ ପଟ ସମ୍ପୂର୍ଣ୍ଣ ବନ୍ଦ ରଖିବା ସହ ୪ ଫୁଟରୁ କମ୍ ଉଚ୍ଚତା ବିଶିଷ୍ଟ ମୂର୍ତ୍ତି ପୂଜା କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂଜାମଣ୍ଡପରେ ପୁରୋହିତଙ୍କୁ ମିଶାଇ ସର୍ବାଧିକ ୭ଜଣଙ୍କୁ ଅନୁମତି ଦିଆଯାଇଛି। ଏହାଛଡ଼ା ସମସ୍ତେ ମାସ୍କ ପିନ୍ଧିବେ ଏବଂ ସାମାଜିକ ଦୂରତା ବଜାୟ ରଖିବେ ବୋଲି ଗାଇଡଲାଇନରେ କୁହାଯାଇଛି। ସର୍ବସାଧାରଣଙ୍କ ଦର୍ଶନକୁ ବାରଣ କରାଯାଇଛି। ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ। ଗଣେଶ ପୂଜାକୁ ନିରାଡ଼ମ୍ବର ଭାବେ ପାଳନ କରିବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ଭସାଣିଯାତ୍ରାକୁ ବି ସଂପୂର୍ଣ୍ଣ ବାରଣ କରାଯାଇଛି। ସମସ୍ତ ଶିକ୍ଷାନୁଷ୍ଠାନରେ ୨୦ ଜଣଙ୍କୁ ସାମିଲ ହେବାକୁ ଅନୁମତି ଦିଆଯାଇଛି । ଶିକ୍ଷାନୁଷ୍ଠାନରେ କୌଣସି ଭୋଗି କି ପ୍ରସାଦ ସେବନ ବ୍ୟବସ୍ଥା ହୋଇପାରିବନି । ଘର ଭିତରେ ପୂଜା କରିବା ଭଳି କେବଳ ବିଧି ଅନୁପାଳନ ହେବ । ଯେଉଁମାନେ ୨ଟି ଡୋଜ୍ ଟିକା ନେଇଥିବେ, ସେମାନଙ୍କୁ ଅନୁମତି ମିଳିବ । ବିସର୍ଜନ ଶୋଭାଯାତ୍ରା ନାହିଁ, କୃତିମ ପୁଷ୍କରିଣୀରେ ବିସର୍ଜନ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking