ବାରଙ୍ଗ : ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପଶୁ ଅଦଳବଦଳ ପ୍ରକ୍ରିୟା ସମାପ୍ତି ହୋଇଛି । ଚଳିତ ମାସରେ ନୂଆ ଅତିଥି ଆସିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ଅଦଳବଦଳ ପ୍ରକ୍ରିିୟାରେ ଦୁଇ ପ୍ରଜାତିର ୯ଟି ନୂଆ ଅତିଥି ଆସିଛନ୍ତି । ଚଳିତ ମାସ ୧୬ ତାରିଖରେ ପ୍ରାଣୀ ଉଦ୍ୟାନର ଏକ ଟିମ କର୍ଣ୍ଣାଟକ ମହିସୁର ଚିଡିଆଖାନାକୁ ଯାଇ ସେଠାରୁ ୪ଟି ମିରକାଟ (ଦୁଇ ଅଣ୍ଡିରା ,ଦୁଇ ମାଈ) ଓ ୫ଟି କଳାହଂସ (ଦୁଇଟି ଅଣ୍ଡିରା ୩ଟି ମାଈ) ନେଇ ଶୁକ୍ରବାର ପହଞ୍ôଚଛନ୍ତି । ସ୍ୱାସ୍ଥ୍ୟ ଅବସ୍ଥା ଅନୁଧ୍ୟାନ ପାଇଁ ଏହି ୯ଜନ୍ତୁଙ୍କୁ ବନ୍ୟ ପ୍ରାଣୀ ଚିକିତ୍ସାଳୟ କ୍ୱାରେଣ୍ଟାଇନରେ ରଖାଯାଇଛି । ଏହି ଜନ୍ତୁ ଆସିବା ପାଇଁ ତାର ପ୍ରତି ବଦଳରେ ନନ୍ଦନକାନନରୁ ଦୁଇଟି ଗେଣ୍ଡାଳିଆ(ମାଈ ଗୋଟେ ଅଣ୍ଡିରା ଗୋଟେ) ,୩ଟି ରୂପେଲି କୁକୁଟ(ଗୋଟିଏ ଅଣ୍ଡିରା, ଦୁଇଟି ମାଈ), ଦୁଇଟି ବଡ଼ବଗ(ଅଣ୍ଡିର/ମାଈ), ଦୁଇଟି ଛୋଟ ବଗ(ଅଣ୍ଡିରା/ମାଈ), ଦୁଇଟି ଦଦାରଣ ଚଢ଼େଇ (ଅଣ୍ଡିରା/ମାଈ) ଦେବାକୁ ପଡ଼ିଥିଲା ବୋଲି ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାରଙ୍କଠାରୁ ସୂଚନା ମିଳିଛି । ପର୍ଯ୍ୟଟକଙ୍କୁ ଆକର୍ଷଣ କରିବା ସକାଶେ ଖାଲିଥିବା ଥିବା କିଛି ଖୁଆଡକୁ ଭରାଯିବ । ଦେଢ଼ ବର୍ଷ ବ୍ୟବଧାନ ପରେ ଅଦଳବଦଳ ପ୍ରକ୍ରିୟାରେ ଏହି ଦୁଇପ୍ରଜାତିର ଜନ୍ତୁ ଆସିବା ପରେ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିବ ବୋଲି ଆଶା କରାଯାଉଛି ।