ନୂଆଦିଲ୍ଲୀ: ଜେଡିୟୁ ମଖ୍ୟ ତଥା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏପ୍ରିଲ ୧୦ ତାରିଖରେ ରାଜ୍ୟସଭା ସଦସ୍ୟ ଭାବରେ ଶପଥ ଗ୍ରହଣ କରିବେ । ଗୁରୁବାର ଦିନ ଦିନ ଅନ୍ୟ ସଦସ୍ୟମାନେ ମଧ୍ୟ ସେହି ଦିନ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିିଛି । ଏନେଇ ନୀତିଶ କୁମାର ଏପ୍ରିଲ ୯ ତାରିଖରେ ଦିଲ୍ଲୀ ଯିବାର ସମ୍ଭାବନା ରହିଛି । କୁହାଯାଉଛି ଯେ, ଏପ୍ରିଲ ୧୪ ତାରିଖରେ ବିହାରରେ ନୂତନ ସରକାର ଗଠନ ହେବ । ପୂର୍ବରୁ ଦିନକ ମଧ୍ୟରେ ବିହାର ଗୃହ ବିଭାଗ ନିର୍ଦ୍ଦେଶ ଜାରି କରି କହିଥିଲେ ଯେ, ବିହାରରେ ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ବିହାରର ମୁଖ୍ୟମନ୍ତ୍ରୀ ପଦ ଛାଡିବା ପରେ ମଧ୍ୟ ନୀତିଶଖୁମାରଙ୍କୁ ଜେଡ ପ୍ଲସ ବର୍ଗର ସୁରକ୍ଷା କଭର ଅକ୍ଷୁର୍ଣ୍ଣ ରହିବ ।ସୁରକ୍ଷା କବଚ ଏକ ବହୁସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଯେଉଁଥିରେ ପ୍ରାୟ 55 ଜଣ କର୍ମଚାରୀ ଅଛନ୍ତି, ଯେଉଁଥିରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO), ସଶସ୍ତ୍ର ଗାର୍ଡ, ଏସ୍କର୍ଟ ଯାନ ଏବଂ 24 ଘଣ୍ଟା ନଜର ରଖାଯାଉଛି ସୂଚନା ଥାଉ କି ନୀତିଶ କୁମାର ମାର୍ଚ୍ଚ ୧୬ ତାରିଖରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ ଏବଂ ପରେ ସେ ମାର୍ଚ୍ଚ ୩୦ ତାରିଖରେ ବିହାର ବିଧାନ ପରିଷଦରୁ ଇସ୍ତଫା ଦେଇଥିଲେ। ଉଚ୍ଚ ସଦନରେ ତାଙ୍କର ପ୍ରବେଶ ରାଜ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ପରିବର୍ତ୍ତନର ଚିହ୍ନ ହେବ ବୋଲି ଆଶା କରାଯାଉଛି।










