27.1 C
Bhubaneswar
Sunday, September 29, 2024
Homeଦେଶ ବିଦେଶସିସୋଦିଆଙ୍କ ବିରୋଧରେ ସିବିଆଇର ନୂଆ କେସ୍‌

ସିସୋଦିଆଙ୍କ ବିରୋଧରେ ସିବିଆଇର ନୂଆ କେସ୍‌

ନୂଆଦିଲ୍ଲୀ: ଅବକାରୀ ଘୋଟାଲା ମାମଲାରେ ଜେଲ୍‌ରେ ବନ୍ଦ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ ସିବିଆଇ ଏକ ନୂଆ କେସ୍ ରୁଜୁ କରିଛି । ଦିଲ୍ଲୀ ସରକାରଙ୍କ ଫିଡ୍‌ବ୍ୟାକ୍ ୟୁନିଟ୍ (ଏଫ୍‌ବିୟୁ)ରେ କଥିତ ଭ୍ରଷ୍ଟାଚାରକୁ ନେଇ ଏହି କେସ୍ କରାଯାଇଛି । ସିବିଆଇ ଦାବି କରିଛି ଯେ ଅନୈତିକ ଭାବେ ଫିଡ୍‌ବ୍ୟାକ୍ ୟୁନିଟ୍ ଗଠନ ଓ ପରିଚାଳନା କରିବାରେ ସରକାରଙ୍କର ୩୬ ଲକ୍ଷ ଟଙ୍କା କ୍ଷତି ହୋଇଛି ।

ବିରୋଧୀ ପାର୍ଟି ନେତା, ଅଧିକାରୀ ଏବଂ ନ୍ୟାୟପାଳିକର ସଦସ୍ୟଙ୍କ ବିରୋଧରେ ଏହି ୟୁନିଟ୍ ଦ୍ୱାରା ଗୁପ୍ତଚରଗିରି କରାଯାଉଥିବା ଅଭିଯୋଗ ମଧ୍ୟ ହୋଇଛି । ୨୦୧୫ରେ କେଜରିୱାଲ୍ ସରକାର କ୍ଷମତାକୁ ଆସିବା ପରେ ଏହି ଫିଡ୍‌ବ୍ୟାକ୍ ୟୁନିଟ୍ ଗଠନ କରାଯାଇଥିଲା । ୨୦୧୬ରେ ଭିଜିଲାନ୍ସ ବିଭାଗର ଜଣେ ଅଧିକାରୀ କେସି ମୀଣା ଏଫ୍‌ବିୟୁ ବିରୋଧରେ ଅଭିଯୋଗ କରିବା ପରେ ମାମଲାର ତଦନ୍ତ ଆରମ୍ଭ ହୋଇଥିଲା । ଗତ ମାସରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଏହି ମାମଲାରେ ମନୀଷ ସିସୋଦିଆଙ୍କ ବିରୋଧରେ ମୋକଦ୍ଦମା କରିବାକୁ ସିବିଆଇକୁ ଅନୁମତି ଦେଇଥିଲା । ଏହି ୟୁନିଟ୍ ରାଜନୈତିକ ସୂଚନା ଏକତ୍ର କରୁଥିଲା ବୋଲି ସିବିଆଇ କହିଛି । ୟୁନିଟ୍‌ର ୪୦% ସୂଚନା ଏହି ସୂଚନା ସମ୍ପର୍କରେ ଥିଲା ।

ଏହି ମାମଲାରେ ସିସୋଦିଆଙ୍କ ବ୍ୟତୀତ ତତ୍କାଳୀନ ଭିଜିଲାନ୍ସ ସଚିବ ସୁକେଶ କୁମାର ଜୈନ, ସିଆଇଏସ୍‌ଏଫ୍‌ର ଅବସରପ୍ରାପ୍ତ ଡିଆଇଜି ରାକେଶ କୁମାର ସିହ୍ନା, ଆଇବିର ଅବସରପ୍ରାପ୍ତ ଡେପୁଟି ଡାଇରେକ୍ଟର ପ୍ରଦୀପ କୁମାର ପୁଞ୍ଜ, ସିଆଇଏସ୍‌ଏଫ୍‌ର ଅବସରପ୍ରାପ୍ତ ଆସିଷ୍ଟାଣ୍ଟ୍ କମାଣ୍ଡର ସତୀଶ କ୍ଷେତ୍ରପାଳ ଏବଂ ଗୋପାଳ ମୋହନଙ୍କ ବିରୋଧରେ ମଧ୍ୟ ପ୍ରିଭେନ୍‌ସନ୍ ଅଫ୍ କରପ୍‌ସନ୍ ଆକ୍ଟ ଅଧୀନରେ ମୋକଦ୍ଦମା କରାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ସମ୍ପତ୍ତିର ଦୁରୁପଯୋଗ, ଅପରାଧିକ ଷଡ଼ଯନ୍ତ୍ର ଏବଂ ଧୋକା ଦେବାପାଇଁ ଜାଲିଆତି କରିବା ଆଦି କେତେକ ଅଭିଯୋଗ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking