ଭୁବନେଶ୍ୱର: ନୂଆ ଭୁବନେଶ୍ୱର ଘୋଷଣାକୁ ନେଇ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ଗିଫ୍ଟ ସିଟି ଧୋଲେରା ଢାଞ୍ଚାରେ ହେବ ନୂଆ ଭୁବନେଶ୍ୱର ସହର । ମଳିପଡା, ଦାସପୁର, ଅନ୍ଧାରୁଆ ଓ ଗୋଠପାଟଣାକୁ ନେଇ ହେବ ନୂଆ ସହର । ସିଙ୍ଗାପୁର ସରକାର ଏହାର ଡ୍ରଇଙ୍ଗ ଓ ଡିଜାଇନ ପ୍ରସ୍ତୁତ ଦାୟ୍ିତ୍ୱ ନେଇଛନ୍ତି । ନୂଆ ସହରରେ ଆଇଟି ପାର୍କ, ମେଡିକାଲ ସୁବିଧା, ବ୍ୟବସାୟିକ ପ୍ରତିଷ୍ଠାନ ରହିବ । ନୂଆ ସହରରେ ଶିଳ୍ପ ସଂସ୍ଥାକୁ ଗୁରୁତ୍ୱ ଦିଆଯିବ । ଆସନ୍ତା ମାସେରୁ ୨ ମାସ ଭିତରେ ସରକାରଙ୍କୁ ଡିପିଆର ଦେବ ସିଙ୍ଗାପୁର ।









