27.1 C
Bhubaneswar
Friday, October 18, 2024
Homeଦେଶ ବିଦେଶବାଇଡେନ୍‌ଙ୍କ ଗାଜା ପ୍ଲାନ୍‌କୁ ତ୍ରୁଟିଯୁକ୍ତ ଦର୍ଶାଇଲେ ନେତାନ୍ୟାହୁ

ବାଇଡେନ୍‌ଙ୍କ ଗାଜା ପ୍ଲାନ୍‌କୁ ତ୍ରୁଟିଯୁକ୍ତ ଦର୍ଶାଇଲେ ନେତାନ୍ୟାହୁ

ଜେରୁଜେଲମ: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ପ୍ରସ୍ତାବିତ ‘ଗାଜା ଯୁଦ୍ଧା ସମ୍ପର୍କୀତ ଫ୍ରେମ୍‌ୱାର୍କ ଚୁକ୍ତି’କୁ ଇସ୍ରାଏଲ ଗ୍ରହଣ କରିଛି । କିନ୍ତୁ ଏଥିରେ ଅଧିକାଂଶ ତ୍ରୁଟି ଥିବା ଦର୍ଶାଇ ବର୍ତ୍ତମାନ ସମୟରେ ଏହା ଉପରେ କାମ କରିବାକୁ ମନା କରିଦେଇଛି ଇସ୍ରାଏଲ୍ । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ନିକଟତମ ସୂତ୍ରରୁ ମିଳିଥିବା ସୂଚନାନୁସାରେ ନେତାନ୍ୟାହୁ, ବର୍ତ୍ତମାନ ସମୟରେ ବାଇଡେନ୍‌ଙ୍କ ୩ ପର୍ଯ୍ୟାୟ ଚୁକ୍ତି ପ୍ରସ୍ତାବ ଉପରେ କାମ କରିବାକୁ ଆଗ୍ରହୀ ନାହାନ୍ତି । କାରଣ ଏହି ଚୁକ୍ତିରେ ଏକାଧିକ ତ୍ରୁଟି ଥିବାର ସେ ଅନୁଭବ କରୁଛନ୍ତି ।

ତେବେ ଏହି ଚୁକ୍ତି ଉପରେ ଏବେ ଅନେକ କାମ କରାଯିବା ଏବଂ ଏହାକୁ ସମ୍ପୂ୍‌ର୍ଣ୍ଣ ଭାବେ ଠିକ୍ କରାଯିବା ପାଇଁ ଯୋଜନା କରାଯାଉଛି । ପ୍ରକାଶ ବାଇଡେନ୍‌ଙ୍କ ପ୍ରଶାସନ ପକ୍ଷରୁ ଇସ୍ରାଏଲ୍ ପାଇଁ ଗାଜା ଯୁଦ୍ଧକୁ ଶେଷ କରିବା ଦିଗରେ ଏକ ୩ ପର୍ଯ୍ୟାୟ ଚୁକ୍ତି ପ୍ରସ୍ତାବିତ କରାଯାଇଛି । ଏଥିରେ ଇସ୍ରାଏଲ ନିଜ ସେନାକୁ ଗାଜା ଷ୍ଟ୍ରିପ୍‌ରୁ ପ୍ରତ୍ୟାହାର କରିବା, ହମାସ ଉଗ୍ରବାଦୀ ବନ୍ଧକଙ୍କୁ ମୁକ୍ତ କରାଯିବା ଏବଂ ଆକ୍ରମଣ ଯୋଗୁ କ୍ଷତିଗ୍ରସ୍ତ ହୋଇପଡିଥିବା ଗାଜା ଷ୍ଟ୍ରିପ୍‌କୁ ପୁନର୍ଗଠନ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।

ଅନ୍ୟପକ୍ଷେ ରବିବାର ନେତାନ୍ୟାହୁ ନିଜେ ଏକ ସାମ୍ବାଦିକ ସମ୍ମିଳନୀରେ ବାଇଡେନ୍ ପ୍ରଶାସନ ପକ୍ଷରୁ ପ୍ରସ୍ତାବିତ ଏହି ଚୁକ୍ତି ସମ୍ପର୍କରେ ସୂଚନା ଦେଇଛନ୍ତି । ନେତାନ୍ୟାହୁ କହିଛନ୍ତି, ଗାଜା ଷ୍ଟ୍ରିପ୍‌ରେ ଯୁଦ୍ଧ ସମାପ୍ତ କରିବା ଉଦ୍ଦେଶ୍ୟରେ ଆମେରିକା ଏବଂ ଆମେରିକା ରାଷ୍ଟ୍ରପତି ବାଇଡେନ୍‌ଙ୍କ ଉଦ୍ୟମ ସର୍ବୋପରି ପ୍ରଶଂସାଯୋଗ୍ୟ । କିନ୍ତୁ ଏହାକୁ ବର୍ତ୍ତମାନ ସମୟରେ ଏକ ଉତ୍ତମ ଚୁକ୍ତି ଭାବେ ବିବେଚନା କରାଯିବା ବଦଳରେ ଏହାକୁ ଏକ ତ୍ରୁଟିପୂର୍ଣ୍ଣ ଚୁକ୍ତି ପ୍ରସ୍ତାବ ବୋଲି ନେତାନ୍ୟାହୁ କହିଛନ୍ତି । ତେବେ ବେଞ୍ଜାମିନ୍ ନେତାନ୍ୟାହୁଙ୍କ ଏପ୍ରକାର ବିିବୃତି ଏପରି ସମୟରେ ଆସିଛି ଯେତେବେଳେ କି ଇସ୍ରାଏଲ୍ ପ୍ରତି ଏବେ ବିଶ୍ୱର ଅଧିକାଂଶ ରାଷ୍ଟ୍ର ସମାଲୋଚନା କରିବା ଆରମ୍ଭ କରିଥିବା ବେଳେ କେବଳ ଏକମାତ୍ର ଦେଶ ଆମେରିକା, ଇସ୍ରାଏଲ୍ ପ୍ରତି ସମର୍ଥନ ବ୍ୟକ୍ତ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking