ନୂଆଦିଲ୍ଲୀ : ଭାରତବର୍ଷ ହେଉଛି ବୀର ପୁରୁଷଙ୍କ ଜନ୍ମ ମାଟି । ଏହି ମାଟିରେ ଅନେକ ଯୋଦ୍ଧା , ବୀର ପୁରୁଷ , ସ୍ୱାଧିନତା ସଂଗ୍ରାମୀମାନେ ଜନ୍ମ ନେଇଥାନ୍ତି । ଯାହାକି ଆଜି ଏହି ମାଟିରେ ଯିଏ ପାଦ ଦିଏ ସିଏ ଗର୍ବ ଅନୁଭବ କରେ । ଏହି ବୀରପୁରୁଷର ଗୁୁଣଗାନ ଆଜି ସାରା ଭାରତ କରୁଛି । ଆମେ ଆଉ କାହା କଥା କହୁନାହୁଁ । ସେ ହେଉଛନ୍ତି ସମସ୍ତଙ୍କର ନେତାଜୀ ସୁବାଷ ଚନ୍ଦ୍ର ବୋଷ । ସେ ଥିଲେ ସାହସୀ , ଭୀରୁ । ବ୍ରିଟିଶ କାଳରେ ସେ ସେମାନଙ୍କୁ ଠିକ ଜବାବ ଦେଉଥିଲେ । ଏଥିପାଇଁ ସେ କେବେ ପଛଘୁଞ୍ଚା ଦେଉ ନଥିଲେ । ଇଟାର ଜବାବ ପଥରରେ ଦେଲା ପରି ସେ ବ୍ରିଟିଶ ମାନଙ୍କୁ କଥା କହି ଲୋକମାନଙ୍କ ଜୀବନ ବଞ୍ଚାଉଥିଲେ । କଟକରେ ଜନ୍ମିତ ଏହି ଯୋଧ୍ୟା ଓଡିଶା ମାଟିର ଅଗ୍ରଗଣ୍ୟ । ସେ ଜାନକୀ ଏବଂ ପ୍ରଭାତୀଙ୍କ ପୁତ୍ର ଥିଲେ ବି ସେ ବିଶ୍ୱର ନେତାଜୀ । ଦେଶ ବନ୍ଧୁ ଚିତ୍ତ ରଞ୍ଜନ ଦାସଙ୍କ ସଂପର୍କରେ ଆସି ଭାରତୀୟ ଜାତୀୟ କଂଗ୍ରସରେ ଯୋଗ ଦେଇ ୧୯୨୩ରେ ବଙ୍ଗଳା ପ୍ରଦେଶିକ କମିଟିର ସଂପାଦକ ହେଲେ । ୧୯୨୪ ମସିହାରେ ସେ କଲିକତା ମହାନଗରୀର ମେୟର ହୋଇଥିଲେ । ୧୯୩୦ ରେ ଆଇନ ଅମାନ୍ୟ ଆନ୍ଦୋଳନ ବେଳେ ଗିରଫ ହୋଇ ଜେଲ ଯାଇଥିଲେ । ୧୯୩୧ ମସିହାରେ ଗାନ୍ଧୀ ଆଇନ ଚୁକ୍ତି ପରେ ତାଙ୍କୁ ମୁକ୍ତି କରାଗଲା । ୧୯୩୮ ମସିହା ହରିପୁରା ଜାତୀୟ କଂଗ୍ରେସ ଗାନ୍ଧୀଙ୍କ ମନୋନୀତ ପାର୍ଥୀ ପଟ୍ଟାଭି ସୀତାରମୟାଙ୍କୁ ହରାଇ ସେ କଂଗ୍ରେସ ସଭାପତି ଭାବେ ନିର୍ୱାଚିତ ହୋଇଥିଲେ । ୧୯୩୯ରେ ପୁଣିଥରେ ସେ ପଦବୀକୁ ନିର୍ବାଚିତ ହୋଇ ରେକର୍ଡ ମଧ୍ୟ କରିଥିଲେ । ଆନ୍ଦୋଳନ ଦ୍ୱାରା ହିଁ ଭାରତକୁ ବ୍ରିଟିଶ ସାମ୍ରାଜ୍ୟ ବାଦରୁ ମୁକ୍ତ କରିହେବ । ଏହା ଭାବି ୧୯୩୯ରେ ଫରଫ୍ୱାର୍ଡ ନାମକ ବ୍ଲକରେ ନୂତନ ଦଳ ଗଠନ କଲେ ନେତାଜୀ । ସ୍ୱାଧିନତା ପାଇଁ ଦେଶ ବାହାରେ ରହି ଯୁଦ୍ଧ କରିବା ପାଇଁ ୧୯୪୧ ମସିହା ଜାନୁଆରୀ ୧୭ ତାରିଖରେ ଆଫଗାନ ଓ ସୋଭିଏତ ଋଷ ବର୍ଲିନରେ ପହଞ୍ଚିଲେ । ଜର୍ମାନର ନାଜିର ଶାସକ ହିଟଲରଙ୍କ ସହ ସାକ୍ଷାତ କରି ଭାରତ ସ୍ୱାଧୀନତା ର ସାହାଯ୍ୟ ମାଗିଥିଲେ । ଜର୍ମାନ ମାଟିରେ ଫ୍ରି ଇଣ୍ଡିଆନ ମାଟିରେ ଗଠନ କରି ବର୍ଲିନରେ ଆଜାଦ ହିନ୍ଦ ରେଡିଓ ମାଧ୍ୟମରେ ଭାରତବାସୀଙ୍କୁ ସଂଗ୍ରାମ ପାଇଁ ଆହ୍ୱାନ ଦେଇଥିଲେ ନେତାଜୀ ।