35.1 C
Bhubaneswar
Monday, June 2, 2025
Homeଦେଶ ବିଦେଶନିଟ-ୟୁଜି ପରୀକ୍ଷା ଅନିୟମିତତା; ଗୋଟିଏ ପ୍ରଶ୍ନର ୨ଟି ଉତ୍ତର, ସମୀକ୍ଷା କରିବ ଆଇଆଇଟି ଦିଲ୍ଲୀ

ନିଟ-ୟୁଜି ପରୀକ୍ଷା ଅନିୟମିତତା; ଗୋଟିଏ ପ୍ରଶ୍ନର ୨ଟି ଉତ୍ତର, ସମୀକ୍ଷା କରିବ ଆଇଆଇଟି ଦିଲ୍ଲୀ

ନୂଆଦିଲ୍ଲୀ: ନିଟ୍‌-ୟୁଜି ପରୀକ୍ଷାର ପଦାର୍ଥ ବିଜ୍ଞାନ ବିଭାଗରେ ଆସିଥିବା ଏକ ପ୍ରଶ୍ନର ୪ଟି ବିକଳ୍ପ ଉତ୍ତର ମଧ୍ୟରୁ ୨ଟି ଉତ୍ତର ଠିକ୍ ଥିବା ଭଳି ଅଭିଯୋଗ ଉପରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରିମକୋର୍ଟ ଏହି ବିବାଦୀୟ ପ୍ରଶ୍ନର ଉତ୍ତର ଉପରେ ସମୀକ୍ଷା କରିବା ପାଇଁ ଆଇଆଇଟି ଦିଲ୍ଲୀକୁ ଏକ ପ୍ୟାନେଲ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା ଆଇଆଇଟି ଦିଲ୍ଲୀର ନିର୍ଦ୍ଦେଶକ ୩ ଜଣିଆ ବିଶେଷଜ୍ଞ କମିଟି ଗଠନ କରିବେ ବୋଲି ସର୍ବୋଚ୍ଚ ଅଦାଲତ ଆଜି ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ, ନିଟ-ୟୁଜି ପରୀକ୍ଷାର ପଦାର୍ଥ ବିଜ୍ଞାନ ବିଭାଗରେ ଆସିଥିବା ଏହି ବିବାଦୀୟ ପ୍ରଶ୍ନର ୪ଟି ବିକଳ୍ପ ଉତ୍ତର ମଧ୍ୟରୁ ଯଦି କେହି ଗୋଟିଏ ଉତ୍ତରକୁ ଚୟନ କରିଥିଲେ, ତାଙ୍କୁ ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ମାର୍କ ଦିଆଯାଇଥିଲା । ତେବେ ଏହାକୁ କିଛି ଶିକ୍ଷାର୍ଥୀ ଚ୍ୟାଲେଞ୍ଜ କରିଥିଲେ । ଉକ୍ତ ପ୍ରଶ୍ନର ଉତ୍ତରକୁ ଗ୍ରହଣ କରାଯିବ କି ପ୍ରତ୍ୟାଖ୍ୟାନ କରାଯିବ, ସେହି ଆଧାରରରେ ଚୂଡ଼ାନ୍ତ ମେରିଟ ଲିଷ୍ଟ ଜାରି କରିବାକୁ ଆବେଦନ କରାଯାଇଛି । ଅନ୍ୟପକ୍ଷେ ଶନିବାର ଏନ୍‌ଟିଏ ପକ୍ଷରୁ ସହରୱାରୀ ଓ କେନ୍ଦ୍ରୱାରୀ ଜାରି କରାଯାଇଥିବା ପରୀକ୍ଷା ରେଜଲ୍ଟରୁ ଜଣାପଡ଼ିଛି ଯେ, ପେପର ଲିକ୍ ଓ ଅନ୍ୟ ଅନିୟମିତତାରୁ ଫାଇଦା ହାସଲ କରିଥିବା ପିଲାମାନେ ଭଲ କରିପାରିନାହାନ୍ତି । ସୁପ୍ରିମକୋର୍ଟ ଆସନ୍ତାକାଲି ମଧ୍ୟ ନିଟ୍‌-ୟୁଜି ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଶୁଣାଣି କରିବେ ବୋଲି ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking