18.1 C
Bhubaneswar
Monday, November 25, 2024
Homeଅପରାଧପ୍ରେମିକାକୁ ବାହା ହେବାକୁ ନିଜ ୨ ବର୍ଷ ପୁଅର ତଣ୍ଟି ଚିପିଦେଲା ନୃଶଂସ ବାପା

ପ୍ରେମିକାକୁ ବାହା ହେବାକୁ ନିଜ ୨ ବର୍ଷ ପୁଅର ତଣ୍ଟି ଚିପିଦେଲା ନୃଶଂସ ବାପା

ମୁମ୍ବାଇ: କୁହାଯାଏ ବାପା ଥିଲେ ଦୁନିଆରେ କାହାକୁ ଭୟ ଲାଗିବା କଥା ନୁହେଁ । ହେଲେ ଯେତେବେଳେ ସେ ବାପା ହିଁ ନୃଶଂସ ସାଜେ ସେତେବେଳେ କାହାକୁ ବା ବିଶ୍ୱାସ କରାଯାଇପାରିବ । ମହାରାଷ୍ଟ୍ରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ପ୍ରେମିକାକୁ ବିବାହ କରିବାକୁ ଜଣେ ବାପା ନିଜର ୨ ବର୍ଷର ପୁଅକୁ ହତ୍ୟା କରିଥିବା ଘଟଣା ଏବେ ଚାରିଆଡ଼େ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି । ପୁଲିସ୍ ସୂତ୍ରରୁ ଜାଣିବାକୁ ମିଳିଛି ଅଭିଯୁକ୍ତ ବାପାର ନାମ ରହମତ ଅଲ୍ଲୀ ଅନସାରୀ । ପୁଲିସ୍ ଏବେ ରହମତକୁ ଗିରଫ କରିସାରିଛି । ଜାଣିବାକୁ ମିଳିଛି ଯେ ରହମତ ଚକୋଲେଟ୍ ଦେବା ବାହାନାରେ ନିଜ ପୁଅକୁ ଏକ ଗୋଦାମକୁ ଡାକି ନେଇ ସେଠାରେ ଗଳା ଚିପି ତା’ର ହତ୍ୟା କରିଥିଲା ।

ତା’ପରେ ପୁଅର ମୃତଦେହକୁ ଏକ ପ୍ଲାଷ୍ଟିକ୍‌ରେ ପୂରାଇ ଏକ ନାଳରେ ଫୋପାଡ଼ି ଦେଇଥିଲା । ଉଭୟ ବାପ ଓ ପୁଅ ନିଖୋଜ ହୋଇଯିବାକୁ ପରିବାର ଲୋକ ସେ ଦୁହିଁଙ୍କୁ ଖୋଜିବା ଆରମ୍ଭ କରିଦେଲେ । ତେବେ ଖୋଜାଖୋଜି ଭିତରେ କଅଁଳା ପିଲାର ମୃତଦେହ ଏକ ପ୍ଲାଷ୍ଟିକ୍‌ ଭିତରୁ ଉଦ୍ଧାର ହୋଇଥିବା ବେଳେ ବାପର ଖୋଜ୍ ଖବର ମିଳି ନଥିଲା । ପରେ ପୁଲିସ୍ ରହମତକୁ ଗିରଫ କରିବାରେ ସମର୍ଥ ହୋଇଛି । ତେବେ ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ନିଜ ପ୍ରେମିକାକୁ ବିବାହ କରିବା ପାଇଁ ସେ ଏପରି ଜଘନ୍ୟ କାଣ୍ଡ କରିଥିଲା । ତେବେ ହତ୍ୟା କରିବା ପରେ ନୃଶଂସ ବାପ ଜଣକ ନିଜ ଘର ଉତ୍ତରପ୍ରଦେଶ ଫେରାର୍ ହେବାକୁ ବାହାରିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking