29.1 C
Bhubaneswar
Saturday, September 21, 2024
Homeଦେଶ ବିଦେଶନେପାଳ ଭୂକମ୍ପ ଯୋଗୁଁ ହୋଇଥିବା ବିନାଶକୁ ନେଇ ମୋଦୀଙ୍କ ବାର୍ତ୍ତା : ଭାରତ ନେପାଳର ଲୋକଙ୍କ...

ନେପାଳ ଭୂକମ୍ପ ଯୋଗୁଁ ହୋଇଥିବା ବିନାଶକୁ ନେଇ ମୋଦୀଙ୍କ ବାର୍ତ୍ତା : ଭାରତ ନେପାଳର ଲୋକଙ୍କ ସହ ସବୁବେଳେ ଅଛି

ବ୍ୟୁରୋ : “ନେପାଳର ଲୋକଙ୍କ ସହ ଭାରତ ଏକତାର ସହ  ଛିଡା ହେଇଛି ଏବଂ ଯଥା ସମ୍ଭବ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି । ଶୋକସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା ଅଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ ।” ଯେ ନେପାଳରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଥିବା ଭୂକମ୍ପ ପୁଣି ଥରେ ବିନାଶ ଘଟାଇଛି । ନେପାଳରେ ଘଟିଥିବା ଭୟଙ୍କର ଭୂକମ୍ପରେ ଏପର୍ଯ୍ୟନ୍ତ ୧୨୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନେକ ଲୋକ ଭଙ୍ଗାସ୍ତୂପ ତଳେ ପୋତି ହୋଇ ରହିଛନ୍ତି । ନେପାଳରେ ଏହି ଦୁର୍ଦ୍ଦିନରେ ଭାରତ ସାହାଯ୍ୟ ହାତ ବଢାଇଛି  । ନେପାଳରେ ହୋଇଥିବା ଭୂକମ୍ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦୁଃଖପ୍ରକାଶ କରିଛନ୍ତି ଏବଂ ସମସ୍ତ ପ୍ରକାର ସାହାଯ୍ୟ କରିବାପାଇଁ ପ୍ରତିଶୃତି ଦେଇଛନ୍ତି । ନେପାଳର ଭୂକମ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ ରେ ପୋଷ୍ଟ କରିଛନ୍ତି ଯେ ନେପାଳର ଲୋକଙ୍କ ସହ ଭାରତ ସବୁବେଳେ ଏକତାର ସହ ଛିଡା ହେଇଅଛି ଏବଂ ଯଥା ସମ୍ଭବ ସହାୟତା ଯୋଗାଇବାକୁ ପ୍ରସ୍ତୁତ ଅଛି । ଶୋକସନ୍ତପ୍ତ ପରିବାର ପ୍ରତି ଆମର ଗଭୀର ସମବେଦନା ଅଛି ଏବଂ ଆହତମାନଙ୍କୁ ଶୀଘ୍ର ଆରୋଗ୍ୟ କାମନା କରୁଛୁ ।  ପଶ୍ଚିମ ନେପାଳର ସୁଦୂର ପାର୍ବତ୍ୟ ଅଞ୍ଚଳରେ ଶୁକ୍ରବାର ମଧ୍ୟରାତ୍ରିରେ ଘଟିଥିବା 6.4 ମ୍ୟାଗ୍ନିଚ୍ୟୁଡର ଭୂକମ୍ପରେ ଅତି କମରେ ୧୨୮ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନେକ ଲୋକ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking