ନୂଆଦିଲ୍ଲୀ: ଜରୁରୀ ବୈଠକ ଡାକିଲେ ନେପାଳ ସରକାର । ନେପାଳ ସରକାର ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ସୋସିଆଲ ମିଡିଆ ବ୍ୟାନ ପରେ ଜୋରଦାର ବିରୋଧ କରାଯାଇଛି । ନେପାଳରେ ସୋସିଆଲ ମିଡିଆ ବ୍ୟାନକୁ ବିରୋଧ କରି ବିକ୍ଷୋଭ କରିଛନ୍ତି । ବିକ୍ଷୋଭରେ ୯ ଜଣଙ୍କ ମୃତ୍ୟୁ ହୋଇଛି । ବିକ୍ଷୋଭ ବେଳେ କାଠମାଣ୍ଡୁରେ ବ୍ୟାପକ ହିଂସାକାଣ୍ଡ , ପୋଡାଜଳା ହେଇଛି ।
ନେପାଳରେ ସୋସିଆଲ ମିଡିଆ ଉପରେ ଲାଗୁ ହୋଇଥିବା ପ୍ରତିବନ୍ଧକ ବିରୁଦ୍ଧରେ ଜେନେରେସନ ଜେଡ୍ ଯୁବପିଢ଼ି ଉତକ୍ଷିପ୍ତ ହୋଇ ରାସ୍ତାରେ ପ୍ରତିବାଦ କରିଥିଲେ । ନେପାଳରେ ଜେଡ୍ ପିଢ଼ିର ଯୁବପିଢ଼ି ଦୁର୍ନୀତି ଏବଂ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରେ ଲଗାଯାଇଥିବା ପ୍ରତିବନ୍ଧକ ବିରୋଧରେ ବଡ଼ ଧରଣର ପ୍ରତିବାଦ କରୁଛନ୍ତି। ସୋମବାର ସଂସଦ ଭବନ ନିକଟରେ ପ୍ରଦର୍ଶନକାରୀ ଏବଂ ପୋଲିସ ମଧ୍ୟରେ ସଂଘର୍ଷରେ ସୁରକ୍ଷା ବାହିନୀ ଗୁଳି ଚଳାଇଥିଲେ ।ପ୍ରତିବାଦ ସମୟରେ ପରିସ୍ଥିତି ଖରାପ ହେବା ପରେ ସଂଘର୍ଷ ହୋଇଥିଲା ଯେଉଁଥିରେ ୯ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିଲା ଏବଂ ପ୍ରାୟ 80 ଜଣ ଆହତ ହୋଇଥିଲେ।










