କାଠମାଣ୍ଡୁ : ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପକୁମାର ଦହଲ ଓରଫ୍ ପ୍ରଚଣ୍ଡ ରବିବାର ତାଙ୍କର କ୍ୟାବିନେଟ ସଂପ୍ରସାରଣ କରିଛନ୍ତି । ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବାର ୪ ମାସ ମଧ୍ୟରେ ଏହା ହେଉଛି ଅଷ୍ଟମ ସଂପ୍ରସାରଣ । ନେପାଳୀ କଂଗ୍ରେସ ନେତା ନାରାୟଣ ପ୍ରସାଦ ସାଉଦ୍ଙ୍କୁ ବିଦେଶ ମନ୍ତ୍ରୀ ଏବଂ ନନ୍ଦ ଛପାଇଙ୍କୁ ପରିବହନ ରାଷ୍ଟ୍ରମନ୍ତ୍ରୀଭାବେ ସାମିଲ କରାଯାଇଛି ।
ରବିବାର ରାଷ୍ଟ୍ରପତି ଏହି ଦୁଇ ନୂଆ ମନ୍ତ୍ରୀଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଛନ୍ତି । ସୂଚନାଯୋଗ୍ୟ ୧୦ଟି ଦଳକୁ ନେଇ ନେପାଳରେ ମେଣ୍ଟ ସରକାର ଗଠନ କରାଯାଇଛି । ତେବେ ମତପାର୍ଥକ୍ୟ ଯୋଗୁଁ ଏପର୍ଯ୍ୟନ୍ତ ସବୁ ମନ୍ତ୍ରୀପଦ ପୂରଣ ହୋଇପାରୁନାହିଁ ।