28.1 C
Bhubaneswar
Sunday, October 6, 2024
Homeଓଡିଶାମେ ୭ରେ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା

ମେ ୭ରେ ନିଟ୍-ୟୁଜି ପ୍ରବେଶିକା ପରୀକ୍ଷା

ଭୁବନେଶ୍ବର: ମେଡିକାଲ ପାଠ୍ୟକ୍ରମରେ ନାମଲେଖା ଲାଗି ନ୍ୟାସନାଲ ଏଲିଜିବିଲିଟି କମ ଏଣ୍ଟ୍ରାନ୍ସ ଟେଷ୍ଟ ବା ନିଟ ୟୁଜି ପ୍ରବେଶିକା ପରୀକ୍ଷା ତାରିଖ ଘୋଷଣା ହୋଇଛି । ମେ ୭ରେ ପରୀକ୍ଷା ଅନୁଷ୍ଠିତ ହେବ । ୨୦୨୩ ଶିକ୍ଷାବର୍ଷର ମେଡିକାଲ ପାଠ୍ୟକ୍ରମ ନାମଲେଖା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ୧୩ଟି ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ । ମାର୍ଚ୍ଚ ୬ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଏପ୍ରିଲ ୬ ତାରିଖ ଯାଏଁ ଆବେଦନ ପ୍ରକ୍ରିୟା ଜାରି ରହିବ ।

ମଇ ୭ ତାରିଖରେ ପରୀକ୍ଷା ଅନୁଷ୍ଠିତ ହେବ । ଏହି ପରୀକ୍ଷା ସର୍ବଭାରତୀୟ ସ୍ତରରେ ମୋଟ ୧୩ଟି ଭାଷାରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ । ଏନଟିଏ ପକ୍ଷରୁ ପରିଚାଳିତ ଏହି ପରୀକ୍ଷାରେ ଇଂରାଜୀ, ହିନ୍ଦୀ, ଆସାମିଜ୍, ବେଙ୍ଗଲୀ, ଗୁଜୁରାଟୀ, କନ୍ନଡ, ମାଲାୟାଲମ୍, ମରାଠୀ, ଓଡ଼ିଆ, ପଞ୍ଜାବୀ, ତାମିଲ, ତେଲୁଗୁ, ଉର୍ଦ୍ଦୁ ଭାଷାରେ ପରୀକ୍ଷା ହେବ। ଏହି ପରୀକ୍ଷା ଗୁଡ଼ିକ ଅପରାହ୍ନ ୨ଟାରୁ ସନ୍ଧ୍ୟା ୫ଟା ୨୦ ପର‌୍ୟ୍ୟନ୍ତ କରାଯିବାକୁ ସମୟ ଧାର‌୍ୟ୍ୟ ହୋଇଛି । ଦୀର୍ଘ ୩ ଘଣ୍ଟା ୨୦ ମିନିଟ ସମୟ ପରୀକ୍ଷା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking