27.1 C
Bhubaneswar
Friday, July 5, 2024
Homeଦେଶ ବିଦେଶଚଳିତ ମାସରେ ନିଟ୍ (ପିଜି) ପରୀକ୍ଷା; ପରୀକ୍ଷାର ମାତ୍ର ୨ ଘଣ୍ଟା ପୂର୍ବରୁ ତିଆରି ହେବ...

ଚଳିତ ମାସରେ ନିଟ୍ (ପିଜି) ପରୀକ୍ଷା; ପରୀକ୍ଷାର ମାତ୍ର ୨ ଘଣ୍ଟା ପୂର୍ବରୁ ତିଆରି ହେବ ପ୍ରଶ୍ନ

ନୂଆଦିଲ୍ଲୀ: ଚଳିତ ମାସରେ ହିଁ ନିଟ୍ (ପିଜି) ପରୀକ୍ଷା ଅନୁଷ୍ଠିତ ହେବ । ସେହିପରି ପରୀକ୍ଷା ପାଇଁ ପ୍ରଶ୍ନପତ୍ର ମଧ୍ୟ ପରୀକ୍ଷାର ଠିକ୍ ୨ଘଣ୍ଟା ପୂର୍ବରୁ ହିଁ ପ୍ରସ୍ତୁତ କରାଯିବ । ଏପ୍ରକାର ଏକ ରିପୋର୍ଟ ଏବେ ସାମ୍ନାକୁ ଆସିଛି । ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ କୋର୍ସରେ ଆଡମିଶନ୍ ପାଇବା ପାଇଁ ଉଦ୍ଦିଷ୍ଟ ଏହି ପରୀକ୍ଷାକୁ ନେଇ ବେଶ୍ କିଛି ଦିନ ଧରି ଅନିଶ୍ଚିତତା ଲାଗି ରହିଥିବା ବେଳେ ଏବେ କିନ୍ତୁ ଏକ ଆଶା ସଞ୍ଚାର ହୋଇଛି ।
ଜୁନ୍ ୨୩ରେ ଅନୁଷ୍ଠିତ ହେବାକୁ ଥିବା ନିଟ୍ ପିଜି ପରୀକ୍ଷାକୁ ସ୍ଥଗିତ ରଖାଯାଇଥିଲା । କିନ୍ତୁ ନିଟ୍ (ୟୁଜି) ପରୀକ୍ଷାରେ ହୋଇଥିବା ବ୍ୟାପକ ଅନିୟମିତତା ହୋଇଥିବା ଜଣାପଡିବା ପରେ ନିଟ୍ (ପିଜି) ପରୀକ୍ଷାକୁ ମଧ୍ୟ ସ୍ଥଗିତ ରଖିବାକୁ ଶିକ୍ଷା ମନ୍ତ୍ରଣାଳୟ ତଥା ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ଏବେ କିନ୍ତୁ ଧାର୍ଯ୍ୟ ତାରିଖ ସମ୍ପର୍କରେ ସୂଚନା ଦିଆଯାଇନଥିଲେ ମଧ୍ୟ ଚଳିତ ମାସରେ ହିଁ ନିଟ୍ (ପିଜି) ପରୀକ୍ଷା ହେବ ବୋଲି କୁହାଯାଉଛି ।
ପ୍ରକାଶ, ପ୍ରଥମେ ନିଟ୍ (ୟୁଜି) ପରୀକ୍ଷାରେ ଅନିୟମିତତା ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପରେ ୟୁଜିସି-ନେଟ୍ ଓ ସିଏସଆଇଆର୍‌-ୟୁଜିସି-ନେଟ୍ ପରୀକ୍ଷାକୁ ମଧ୍ୟ ସ୍ଥଗିତ କରାଯାଇଥିଲା । ସେହିପରି ନିଟ୍ (ପିଜି) ପରୀକ୍ଷା ପୂର୍ବରୁ ହିଁ ଏଥିରେ ଅନିୟମିତତା ହୋଇଥିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଫଳରେ ଏପ୍ରକାର ଅବ୍ୟବସ୍ଥାକୁ ନେଇ ଦେଶବ୍ୟାପୀ ଏନ୍‌ଟିଏ ବିରୋଧରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଥିଲା । ବିଭିନ୍ନ ରାଜ୍ୟରେ ଏନେଇ ମାମଲା ରୁଜୁ ମଧ୍ୟ ହୋଇଥିଲା ଏବଂ ଏନ୍‌ଟିଏକୁ ପକ୍ଷଭୁକ୍ତ କରାଯାଇଥିଲା । ଏନ୍‌ଟିଏର ସ୍ୱଚ୍ଛତା, କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ୍‌ବାଚୀ ସୃଷ୍ଟି ହୋଇଥିଲା ଏବଂ ଏନ୍‌ଟିଏକୁ ଭଙ୍ଗ କରି ନୂଆ ଏକ ପରୀକ୍ଷା ବୋର୍ଡ ଗଠନ କରିବାକୁ ଦାବି ଜୋର ଧରିଥିଲା । ଏହି ପରିପ୍ରେକ୍ଷୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କିନ୍ତୁ ସମସ୍ତ ପରୀକ୍ଷାର୍ଥୀ, ଆଶାୟୀ ପରୀକ୍ଷାର୍ଥୀ ତଥା ଅଭିଭାବକଙ୍କୁ ଆଶ୍ୱସ୍ତ କରିଥିଲେ । କେନ୍ଦ୍ର ସରକାର ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ଦିଗରେ ଯତ୍ନବାନ ଏବଂ ସଚେତନ ରହିଛନ୍ତି, ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏନ୍‌ଟିଏରେ ବ୍ୟାପକ ସଂସ୍କାର କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଶ୍ରୀ ପ୍ରଧାନ । ଏହାପରେ ଲୋକଙ୍କ ଆକ୍ରୋଶ ସାମାନ୍ୟ ପ୍ରଶମିତ ହୋଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking