ଭୁବନେଶ୍ୱର: ଆସନ୍ତାକାଲିଠାରୁ ବିଭିନ୍ନ କଲେଜରେ ଆରମ୍ଭ ହେବ ନିଟ୍ ଓ ଜେଇଇ କୋଚିଂ । ଏହି କୋଚିଂ ଅନଲାଇନ୍ରେ ଆରମ୍ଭ ହେବ । ପ୍ରଥମ ପର୍ଯ୍ୟାୟରେ ଗୁରୁବାର, ଶୁକ୍ରବାର ଓ ଶନିବାର ଏହା ପରୀକ୍ଷା ମୂଳକ ଭାବରେ କରାଯିବ । ଆସନ୍ତାକାଲି କେମେଷ୍ଟ୍ରି ବିଷୟରେ ହେବ ଅନଲାଇନ୍ କୋଚିଂ । ତେବେ ଆଶାୟୀ ମାନଙ୍କର ପ୍ରତିଯୋଗିତାମୂଳକ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ପାଇଁ ସହାୟତା ପ୍ରାପ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ଆରମ୍ଭ ହେବ ଏହି କୋଚିଂ । ଏହା ଅନଲାଇନ୍ ମାଧ୍ୟମରେ କରାଯିବ । ଏକ ସ୍ମାର୍ଟ ଶ୍ରେଣୀଗୃହ ମାଧ୍ୟମରେ କରାଯିବ ଏହି ଅନଲାଇନ୍ କୋଚିଂ ।
ତେବେ ପରୀକ୍ଷା ମୂଳକ ଭାବରେ ଜାନୁଆରୀ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ସକାଳ ୮.୩୦ ରୁ ୧୦.୦୦ ମଧ୍ୟରେ ଉଭୟ ନିଟ୍ ଏବଂ ଜେଇଇ ଆଶାୟୀମାନଙ୍କ ପାଇଁ ମିଳିତ ଭାବରେ ୱାର୍ମିଂ କ୍ଲାସ୍ ଆରମ୍ଭ ହେବ । ଗୁରୁବାର ଦିନ କେମେଷ୍ଟ୍ରି କ୍ଲାସ, ଶୁକ୍ରବାର ଦିନ ଫିଜିକ୍ସ ଏବଂ ଶନିବାର ଦିନ ବଟାନି, ଜୁଲୋଜି ଏବଂ ଗଣିତ ବିଷୟ ଉପରେ ସହାୟତା ପ୍ରୋଗ୍ରାମିଂ କ୍ଲାସ୍ ଆରମ୍ଭ ହେବାକୁ ଯାଉଛି । ତେବେ ସୋମବାର ଠାରୁ ପ୍ରତ୍ୟେକ ଦିନ କ୍ଲାସ୍ ପାଇଁ କାର୍ଯ୍ୟସୂଚୀ ପୃଥକ ଭାବରେ ଯୋଗାଯୋଗ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି ।