30.1 C
Bhubaneswar
Saturday, October 5, 2024
Homeଓଡିଶାଆଜି ଠାରୁ +୨ କଲେଜରେ ଆରମ୍ଭ ହେବ ନିଟ୍ ଓ ଜେଇଇ କୋଚିଂ

ଆଜି ଠାରୁ +୨ କଲେଜରେ ଆରମ୍ଭ ହେବ ନିଟ୍ ଓ ଜେଇଇ କୋଚିଂ

ଭୁବନେଶ୍ୱର : ଆଜି ଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଅନୁଦାନପ୍ରାପ୍ତ ବେସରକାରୀ କଲେଜଗୁଡିକରେ ଉଭୟ ନିଟ୍ ଏବଂ ଜେଇଇ କୋଚିଂ ଆରମ୍ଭ ହେବ । ଭର୍ଚୁଆଲ ମୋଡ୍‌ରେ ଛାତ୍ରଛାତ୍ରୀଙ୍କୁ ପାଠପଢ଼ା ଯିବ । ଏଥିଲାଗି କଲେଜରେ ସ୍ମାର୍ଟ ଟିଭି ଓ ଇନ୍‌ଟ୍ରାକ୍ଟିଭ ପ୍ୟାନେଲ ଇନଷ୍ଟଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ସର୍ବ ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା ନିଟ୍ ଓ ଇଞ୍ଜିନିୟରିଂ ପ୍ରବେଶିକା ପରୀକ୍ଷା ଜେଇଇରେ ଓଡ଼ିଆ ଛାତ୍ରଛାତ୍ରୀଙ୍କ ସଫଳତା ହାର ବଢ଼ାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଯୋଜନା ଆରମ୍ଭ ହୋଇଛି । ପ୍ରତିଦିନ କୋଚିଂ କ୍ଲାସର ଉପସ୍ଥାନ ସମ୍ପର୍କରେ ନୋଡାଲ ଅଫିସର ନିର୍ଦ୍ଦେଶାଳୟକୁ ଅବଗତ କରାଇବେ । ଅନଲାଇନ୍ କ୍ଲାସ ସମୟରେ କଲେଜ୍ କର୍ତ୍ତୃପକ୍ଷ ପିଲାଙ୍କୁ ସହାୟତା କରିବାକୁ ମେଣ୍ଟର ଟିଚରଙ୍କୁ ନିଯୁକ୍ତ କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking