17.1 C
Bhubaneswar
Sunday, February 8, 2026
Homeଖେଳଜାଭେଲିନ୍‌ରେ ନୀରଜ ବିଶ୍ୱର ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌

ଜାଭେଲିନ୍‌ରେ ନୀରଜ ବିଶ୍ୱର ଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌

ନୂଆଦିଲ୍ଲୀ: ପ୍ୟାରିସ୍ ଅଲିମ୍ପିକ୍ ରୌପ୍ୟ ପଦକ ବିଜେତା ଭାରତୀୟ ଜାଭେଲିନ୍ ଥ୍ରୋୟର୍ ନୀରଜ ଚୋପ୍ରାଙ୍କୁ ବିଶ୍ୱର ପ୍ରସିଦ୍ଧ ଆମେରିକୀୟ ପତ୍ରିକା ‘ଟ୍ରାକ୍ ଆଣ୍ଡ୍ ଫିଲ୍ଡ ନ୍ୟୁଜ୍‌’ ୨୦୨୪ର ଜାଭେଲିନ୍ ଥ୍ରୋ’ରେ ବିଶ୍ୱର ସର୍ବଶ୍ରେଷ୍ଠ ପୁରୁଷ ଆଥ୍‌ଲେଟ୍‌ର ମାନ୍ୟତା ପ୍ରଦାନ କରିଛି। ଗତବର୍ଷ ଅଲିମ୍ପିକ୍ କ୍ରୀଡ଼ାରେ ପାକିସ୍ତାନର ଅଶରଦ ନଦୀମ୍‌ଙ୍କ ପରେ ଦ୍ୱିତୀୟ ସ୍ଥାନରେ ରହିଥିବା ୨୭ ବର୍ଷୀୟ ନୀରଜ ଚୋପ୍ରା କାଲିଫର୍ଣ୍ଣିଆସ୍ଥିତ ପତ୍ରିକାର ୨୦୨୪ ପାଇଁ ର‌୍ୟାଙ୍କିଙ୍ଗ୍‌ରେ ଶୀର୍ଷସ୍ଥାନ ହାସଲ କରିଛନ୍ତି। ଏହି ମାମଲାରେ ସେ ଦୁଇ ଥରର ବିଶ୍ୱ ଚାମ୍ପିଅନ୍ ଗ୍ରେନେଡାର ଆଣ୍ଡରସନ୍ ପିଟର୍ସଙ୍କୁ ପଛରେ ପକାଇଛନ୍ତି। ଅଲିମ୍ପିକ୍ ବ୍ୟତୀତ କେବଳ ଗୋଟିଏ ପ୍ରତିଯୋଗିତାରେ ପ୍ୟାରିସ୍ ଡାଏମଣ୍ଡ୍ ଲିଗ୍‌ରେ ଭାଗନେଇ ଚତୁର୍ଥ ସ୍ଥାନରେ ରହିଥିବା ନଦୀମ ଏହି ସୂଚୀର ପଞ୍ଚମ ସ୍ଥାନରେ ରହିଛନ୍ତି। ପ୍ୟାରିସ୍ ଅଲିମ୍ପିକ୍‌ରେ ନଦୀମ୍ ୯୨.୯୭ ମିଟର ଜାଭେଲିନ୍ ଥ୍ରୋ କରି ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ନୀରଜ ୮୯.୪୫ ମିଟର ସହ ରୌପ୍ୟ ପଦକ ନିଜ ନାମରେ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking