ନୂଆଦିଲ୍ଲୀ: ଯୁକ୍ତରାଷ୍ଟ୍ର ଆମେରିକାର ଓରଗନ୍ ଚାଲିଥିବା ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍ସିପ୍ସ୍ରେ ଆୟୋଜିତ ପୁରୁଷ ଜାଭ୍ଲିନ୍ ଥ୍ରୋ ପ୍ରତିଯୋଗିତାରେ ଆଜି ରୌପ୍ୟ ପଦକ ଜିଣି ଭାରତୀୟ ଖେଳାଳି ନୀରଜ ଚୋପ୍ରା ଇତିହାସ ସୃଷ୍ଟି କରିଛନ୍ତି। ପୁରୁଷ ଜାଭ୍ଲିନ୍ ଥ୍ରୋ ପ୍ରତିଯୋଗିତାରେ ନୀରଜ ଚୋପ୍ରା ସର୍ବାଧିକ ୮୮.୧୩ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ପ୍ରଥମ ଫିଙ୍ଗାରେ ସେ ୮୨.୩୯ ମିଟର୍ ଏବଂ ଦ୍ବିତୀୟ ଫିଙ୍ଗାରେ ୮୬.୩୭ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗିଥିଲେ।
ବେଳେ ୯୦.୧୪ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗି ଗ୍ରେନେଡୀୟ ଖେଳାଳି ଆଣ୍ଡର୍ସନ୍ ପିଟର୍ସ ପ୍ରଥମ ସ୍ଥାନରେ ରହି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଏହି ପ୍ରତିଯୋଗିତାର ପୂର୍ବ ଥର ବି ସେ ପ୍ରଥମ ସ୍ଥାନ ଅକ୍ତିଆର କରି ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ବିଶ୍ବ ଦୌଡ଼କୁଦ ଚାମ୍ପିୟନ୍ସିପ୍ର ଜାଭ୍ଲିନ୍ ଥ୍ରୋ’ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ବଜାୟ ରଖିବାରେ ଆଣ୍ଡର୍ସନ୍ ପିଟର୍ସ ହେଉଛନ୍ତି ଦ୍ବିତୀୟ ବ୍ୟକ୍ତି। ଆଜିର ପ୍ରତିଯୋଗିତାରେ ସେ ୩ ଥର ୯୦ ମିଟର୍ ଦୂରକୁ ଜାଭ୍ଲିନ୍ ଫିଙ୍ଗିଥିଲେ। ସେଥିରୁ ସର୍ବାଧିକ ଦୂରତା ଥିଲା ୯୦.୫୪ ମିଟର୍।