ନୂଆଦିଲ୍ଲୀ: ନାସ୍ନାଲ୍ କାଉନ୍ସିଲ୍ ଅଫ୍ ଏଜେକେସନ୍ ଆଣ୍ଡ୍ ରିସର୍ଚ୍ଚ ଟ୍ରେନିଂ (ଏନ୍ସିଇଆର୍ଟି) ଦ୍ୱାଦଶ ଶ୍ରେଣୀର ଇତିହାସ, ନାଗରିକ ଶାସ୍ତ୍ର ଏବଂ ହିନ୍ଦୀର ପାଠ୍ୟକ୍ରମରେ କେତେକ ପରିବର୍ତ୍ତନ କରିଛି । ଇତହାସ ପୁସ୍ତକରୁ ମୋଗଲ ସାମ୍ରାଜ୍ୟ ସମ୍ପର୍କିତ ଚାପ୍ଟର୍କୁ ହଟାଯାଇଛି। ଏହା ବ୍ୟତୀତ ହିନ୍ଦୀ ପୁସ୍ତକରୁ କେତେକ କବିତା ଏବଂ ପାରାଗ୍ରାଫ୍ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି । ଅପ୍ଡେଟେ୍ ପାଠ୍ୟକ୍ରମ ଅନୁସାରେ ଥିମ୍ସ ଅଫ୍ ଇଣ୍ଡିଆନ୍ ହିଷ୍ଟ୍ରୀ ପାଟ-୨ରୁ ମୋଗଲ ଦରବାର (୧୬ଶ ଓ ୧୭ଶ ଶତାବ୍ଦୀ) ଏବଂ ଶାସକ ତଥା ସେମାନଙ୍କ ଇତିହାସ ସମ୍ବନ୍ଧିତ ଅଧ୍ୟାୟକୁ ହଟାଯାଇଛି ।
ନାଗରିକ ଶାସ୍ତ୍ର ପୁସ୍ତକରୁ ‘ୟୁଏସ୍ ହେଜେମନୀ ଇନ୍ ୱାର୍ଲ୍ଡ ପଲିଟିକ୍ସ’ ଏବଂ ‘ଦ କୋଲ୍ଡ ୱାର ଏରା’ ପରି ଅଧ୍ୟକ୍ଷକୁ ହଟାଯାଇଛି । ଏହା ବ୍ୟତୀତ ସ୍ୱତନ୍ତ୍ର ଭାରତରେ ରାଜନୀତି ପୁସ୍ତକରୁ ‘ଜନ ଆନ୍ଦୋଳ କା ଉଦୟ’ ଏବଂ ‘ଏକ ଦଲ୍ କା ପ୍ରଭୁତ୍ୱ କାର ଦୌର’ ମଧ୍ୟ ହଟାଇ ଦିଆଯାଇଛି । ଏଥିରେ କଂଗ୍ରେସ ପ୍ରଭୁତ୍ୱର ପ୍ରକୃତି, ସୋସିଆଲିଷ୍ଟ୍, କମ୍ୟୁନିଷ୍ଟ୍ ପାର୍ଟି, କମ୍ୟୁନିଷ୍ଟ ପାର୍ଟି ଅଫ୍ ଇଣ୍ଡିଆ, ଭାରତୀୟ ଜନସଂଖ ଆଦି ପଢ଼ାଯାଉଥିଲା । ସେହିପରି ହିନ୍ଦୀ ବିଷୟର ପାଠ୍ୟକ୍ରମରେ ମଧ୍ୟ କେତେକ ପରିବର୍ତ୍ତନ କରାଯାଇଛି । ଏହା ମଧ୍ୟରେ ହିନ୍ଦୀ ଆରୋହ ଭାଗ-୨ ପୁସ୍ତକରୁ ଫିରାକ୍ ଗୋରଖପୁରୀଙ୍କ ଗଜଲ ଏବଂ ଅନ୍ତରା ଭାଗ-୨ରୁ ସୂର୍ଯ୍ୟକାନ୍ତ ତ୍ରିପାଠୀ ନିରାଲାଙ୍କ ଗୀତ ‘ଗାନେ ଦୋ ମୁଝେ’କୁ ହଟାଯାଇଛି । ଏହା ବ୍ୟତୀତ ବିଷ୍ଣୁ ଖରେଙ୍କ ଏକ୍ କାମ ଓର୍ ସତ୍ୟକୁ ମଧ୍ୟ ହଟାଯାଇଛି । ସେହିପରି ୧୦ମ ଏବଂ ୧୧ଶ ଶ୍ରେଣୀର ପୁସ୍ତକରୁ ମଧ୍ୟ କେତେକ ଅଧ୍ୟାୟକୁ ହଟାଇ ଦିଆଯାଇଛି ।