24.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବିସିବି ଅଧ୍ୟକ୍ଷ ପଦ ଛାଡ଼ିବେ ନଜମୁଲ୍ ହସନ୍‌

ବିସିବି ଅଧ୍ୟକ୍ଷ ପଦ ଛାଡ଼ିବେ ନଜମୁଲ୍ ହସନ୍‌

ଢାକା : ନଜମୁଲ୍ ହସନ୍ ବାଂଲାଦେଶ କ୍ରିକେଟ୍ ବୋର୍ଡ (ପିସିବି) ଅଧ୍ୟକ୍ଷ ପଦରୁ ଓହରିବେ । ନିକଟରେ ବାଂଲାଦେଶରେ ଅନୁଷ୍ଠିତ ସାଧାରଣ ନିର୍ବାଚନରେ ନଜମୁଲ୍ କିଶୋରଗଞ୍ଜ-୬ ଆସନରୁ ନିର୍ବାଚିତ ହେବା ପରେ ତାଙ୍କୁ କେନ୍ଦ୍ର ସରକାରରେ କ୍ରୀଡ଼ା ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି । ଏହି କାରଣ ସେ ବିସିସି ମୁଖ୍ୟ ପଦ ଛାଡ଼ିବେ । ନଜମୁଲ୍ ଏହି ପଦରେ ୨୦୧୨ରୁ ଅବସ୍ଥାପିତ ଅଛନ୍ତି । ଜାନୁଆରୀ ୭ରେ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହେବାର ୪ଦିନ ପରେ ଜାହିଦ୍ ଅହସାନ୍‌ଙ୍କ ରସେଲ୍‌ଙ୍କ ସ୍ଥାନରେ ନଜମୁଲ୍‌ଙ୍କୁ କ୍ରୀଡ଼ା ମନ୍ତ୍ରୀ ନିଯୁକ୍ତ କରାଯାଇଛି ।

ରିପୋର୍ଟ ଅନୁସାରେ ତାଙ୍କ ବିସିବି ଅଧ୍ୟକ୍ଷ ପଦ ଛାଡ଼ିବା ସମ୍ପର୍କରେ ଖୁବ୍‌ଶୀଘ୍ର ଘୋଷଣା କରିବେ । ବାଂଲାଦେଶ କ୍ରିକେଟ୍ ବୋର୍ଡ ନିର୍ବାଚନ ପ୍ରାୟ ଦୁଇବର୍ଷ ପରେ ୨୦୨୫ ଅକ୍ଟୋବରରେ ଅନୁଷ୍ଠିତ ହେବ । ଯଦି ନଜମୁଲ୍ ଇସ୍ତଫା ଦିଅନ୍ତି, ତେବେ ପରବର୍ତ୍ତୀ ନିର୍ବାଚନ ପର୍ଯ୍ୟନ୍ତ ବୋର୍ଡର କୌଣସି ଜଣେ ସଦସ୍ୟ ମୁଖ୍ୟ ପଦରେ ରହିପାରନ୍ତି । ନିର୍ବାଚନ ପୂର୍ବରୁ ବୋର୍ଡ ବାହାରର କୌଣସି ସଦସ୍ୟ ବିସିବି ଅଧ୍ୟକ୍ଷ ହୋଇପାରିବେ ନାହିଁ ।

ଉଲ୍ଲେଖଯୋଗ୍ୟ, ବାଂଲାଦେଶ କ୍ରିକେଟ୍ ଟିମ୍ କ୍ୟାପ୍‌ଟେନ୍ ସାକିବ୍ ଅଲ୍ ହସନ୍ ମଧ୍ୟ ପାର୍ଲାମେଣ୍ଟ୍ ନିର୍ବାଚନରେ ବିଜୟୀ ହୋଇଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ପାର୍ଟି ଆୱାମି ଲିଗ୍ ପକ୍ଷରୁ ପ୍ରାର୍ଥୀ ହୋଇଥିବା ସାକିବ୍ ମଗୁରା ପଶ୍ଚିମରୁ ପ୍ରାୟ ଦେଢ଼ଲକ୍ଷ ଭୋଟ୍ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking