24.1 C
Bhubaneswar
Friday, March 6, 2026
Homeଦେଶ ବିଦେଶସରପଞ୍ଚଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ

ସରପଞ୍ଚଙ୍କୁ ଅପହରଣ କରି ହତ୍ୟା କଲେ ନକ୍ସଲ

ନୂଆଦିଲ୍ଲୀ : ୨ ଜଣ ପୂର୍ବତନ ସରପଞ୍ଚଙ୍କୁ ଅପହରଣ କରି ନେଇ ହତ୍ୟା କଲେ ନକ୍ସଲ। ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏପରି ଘଟଣା ଘଟିଛି। ମୃତକମାନେ ହେଲେ ବିଜେପି ନେତା ତଥା ବିୟୋଭୂମି ଗାଁର ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସା ଓ ମୁରୁଗା ବଜାରରର ପୂର୍ବତନ ସରପଞ୍ଚ ସୁଖରାମ ଅବଲାମ। ଡିସେମ୍ବର ୨ ତାରିଖରେ ଏହି ୨ ପୂର୍ବତନ ସରପଞ୍ଚଙ୍କୁ ନକ୍ସଲମାନେ ଅପହରଣ କରି ନେଇଥିଲେ। ପରେ ଦୁଇ ଜଣଙ୍କୁ ହତ୍ୟା କରିଥିଲେ। ନକ୍ସଲମାନେ ବିଜେପି ନେତା ତଥା ପୂର୍ବତନ ସରପଞ୍ଚ ସୁଖଲୁ ଫର୍ସାଙ୍କ ମୃତଦେହ ନିକଟରେ ଏକ ଧମକପୂର୍ଣ୍ଣ ପୋଷ୍ଟର ଛାଡ଼ି ଯାଇଛନ୍ତି। ପୋଷ୍ଟରରେ ଉଲ୍ଲେଖ ରହିଛି ଯେ, ବିଜେପି ଛାଡ଼ିବାକୁ ସୁଖଲୁଙ୍କୁ ୩ ଥର ଚେତାବନୀ ଦିଆଯାଇଥିଲା। ହେଲେ ସେ ଶୁଣିଲେ ନାହିଁ। ଏଥିପାଇଁ ତାଙ୍କୁ ହତ୍ୟା କରାଯାଇଛି।

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking