28.1 C
Bhubaneswar
Friday, March 27, 2026
Homeଦେଶ ବିଦେଶବିଦେଶିନୀଙ୍କୁ ବିବାହ କଲେ ନବୀନଙ୍କ ପୁତୁରା

ବିଦେଶିନୀଙ୍କୁ ବିବାହ କଲେ ନବୀନଙ୍କ ପୁତୁରା

ନେଦରଲ୍ୟାଣ୍ଡ : ବିବାହ ବନ୍ଧନରେ ବାନ୍ଧିହେଲେ ନବୀନଙ୍କ ପୁତୁରା ଅରୁଣ ପଟ୍ଟନାୟକ । ସେ ନେଦରଲ୍ୟାଣ୍ଡସ୍‌ରେ ବିବାହ କରିଛନ୍ତି । ଜଣେ ବିଦେଶୀ ଯୁବତୀଙ୍କୁ ବିବାହ କରିଛନ୍ତି ଯାହାଙ୍କ ନାମ ରହିଛି ନାଦିଆ ନାମ୍ନୀ । ବିଜୁ ପଟ୍ଟନାୟକଙ୍କ ନାତି ତଥା ପ୍ରେମ ପଟ୍ଟନାୟକଙ୍କ ପୁଅ ଅରୁଣ ପଟ୍ଟନାୟକ । ତେବେ ନେଦରଲ୍ୟାଣ୍ଡସ୍‌ରେ ଏକ ବର୍ଣ୍ଣାଢ୍ୟ ସମାରୋହରେ ଉଭୟ ଅରୁଣ ଓ ନାଦିଆ ପରସ୍ପରର ଜୀବନସାଥୀ ପାଲଟିଛନ୍ତି । ଏହି ବିବାହ ଉତ୍ସବରେ ଅରୁଣଙ୍କ ବାପା ତଥା ନବୀନ ପଟ୍ଟନାୟକଙ୍କ ବଡ଼ ଭାଇ ପ୍ରେମ ପଟ୍ଟନାୟକ ଉପସ୍ଥିତ ଥିଲେ । ପ୍ରେମ ପଟ୍ଟନାୟକଙ୍କ ଝିଅ ସୋଶାଲ ମିଡିଆରେ ଏହାର ଫଟୋ ଓ ଭିଡିଓ ଶେଆର କରିଛନ୍ତି। ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଅରୁଣ ପଟ୍ଟନାୟକ ନବୀନ ନିବାସ ଆସିଥିଲେ। ସେ ହିଁ ନବୀନଙ୍କ ରାଜନୈତିକ ଉତ୍ତରାଧିକାରୀ ହେବେ ବୋଲି ସେତେବେଳେ ଚର୍ଚ୍ଚା ଜୋର ଧରିଥିଲ। ମାତ୍ର ଏହାପରେ ଅରୁଣ ଭୁବନେଶ୍ୱରରୁ ଫେରି ଯାଇଥିଲେ । ସେ ଦାଦାଙ୍କୁ ନିଜ ବିବାହ ପାଇଁ ନିମନ୍ତ୍ରଣ ଦେବାକୁ ଆସିଥିବା ଏବେ ଶୁଣିବାକୁ ମିଳୁଛି। ତେବେ ନବୀନ ପଟ୍ଟନାୟକ ଏହି ବିବାହରେ ସାମିଲ ହୋଇ ନ ଥିବା ଜଣାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking