ଶାରଜାହ: ଶାରଜାହ ୱାରିୟର୍ସ ସହ ଚୁକ୍ତି ଉଲ୍ଲଂଘନ ଅଭିଯୋଗରେ ଆଫଗାନିସ୍ତାନ ପେସର୍ ନବୀନ-ଉଲ୍-ହକ୍ଙ୍କୁ ଇଣ୍ଟରନାସ୍ନାଲ୍ ଲିଗ୍ ଟି-୨୦) ଆଇଏଲ୍ଟି୨୦ରୁ ୨୦ ମାସ ପାଇଁ ବ୍ୟାନ୍ କରାଯାଇଛି । ନବୀନ ଆଗାମୀ ବର୍ଷ ଜାନୁଆରୀ-ଫେବୃଆରୀରେ ହେବାକୁ ଥିବା ଟୁର୍ଣ୍ଣାମେଣ୍ଟ୍ ପାଇଁ ରିଟେନ୍ସନ୍ ନୋଟିସ୍ରେ ସ୍ୱାକ୍ଷର କରିବାକୁ ମନା କରିଥିଲେ । ବ୍ୟାନ୍ ଯୋଗୁଁ ନବୀନ ୨୦୨୪ ଓ ୨୦୨୫ରେ ଆଇଟିଏଲ୍୨୦ ଖେଳିପାରିବେ ନାହିଁ । ତେବେ ଏହି ବ୍ୟାନ୍ ତାଙ୍କ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । କାରଣ ଜାନୁଆରୀ-ଫେବୃଆରୀରେ ହେବାକୁ ଥିବା ସାଉଥ୍ ଆଫ୍ରିକା ଲିଗ୍ ଖେଳିବେ । ଡର୍ବାନ୍ର ସୁପର୍ ଜାଏଣ୍ଟ୍ସ ତାଙ୍କ ସହିତ ଚୁକ୍ତି କରିଛି । ଉଲ୍ଲେଖଯୋଗ୍ୟ, ଶାରଜାହ ୱାରିୟର୍ସ ଲିଗ୍ର ପ୍ରଥମ ସଂସ୍କରଣ ୨୦୨୩ରେ ନବୀନଙ୍କ ସହିତ ଚୁକ୍ତି କରିଥିଲା । ଚଳିତ ବର୍ଷ ପ୍ରାରମ୍ଭରେ ଟିମ୍ ତାଙ୍କୁ ରିଟେନ୍ସନ୍ ନୋଟିସ୍ ପଠାଇଥିଲେ ମଧ୍ୟ ନବୀନ ସେଥିରେ ସ୍ୱାକ୍ଷର କରିବାକୁ ମନା କରିଦେଇଥିଲେ । ଫଳରେ ଟିମ୍ ଲିଗ୍ ଅଧିକାରୀଙ୍କ ସହିତ ସମ୍ପର୍କ କରିଥିଲା ଏବଂ ଆଇଏଲ୍ଟି୨୦ ନବୀନଙ୍କ ସହିତ ଆଲୋଚନା ଉଦ୍ୟମ କରିଥିଲେ ମଧ୍ୟ କୌଣସି ସମାଧାନ ବାହାରିପାରି ନଥିଲା । ଲିଗ୍ର ଡିସିପ୍ଲିନାରୀ କମିଟି ନବୀନଙ୍କୁ ଶୁଣିବା ସହିତ ପ୍ରମାଣ ଯାଞ୍ଚ୍ କରିବା ପରେ ଏହି ନିଷ୍ପତ୍ତି ନେଇଛି ।