24.1 C
Bhubaneswar
Sunday, April 5, 2026
Homeଅପରାଧନାବାଳିକାକୁ ୪ ମାସର ଗର୍ଭବତୀ କରି ବାନ୍ଧହେଲେ ନବୀନ

ନାବାଳିକାକୁ ୪ ମାସର ଗର୍ଭବତୀ କରି ବାନ୍ଧହେଲେ ନବୀନ

ଠାକୁରମୁଣ୍ଡା : ଠାକୁରମୁଣ୍ଡା ବ୍ଲକ ଖଣ୍ଡବନ୍ଧ ଗ୍ରାମପଞ୍ଚାୟତର ଭୈରାଣିବେଡା ଗ୍ରାମରେ ଜନୈକା 14 ବର୍ଷର ଝିଅକୁ ଗର୍ଭବତୀ କରିଥିବା ଅପରାଧରେ ନବୀନ କଳା (25) ନାମକ ଜନୈକ ଯୁବକ ଗିରଫ ହୋଇ କୋର୍ଟ ଚାଲାଣ ହୋଇଛି ଘଟଣାରୁ ପ୍ରକାଶଯେ, ଭୈରାଣିବେଡା ଗ୍ରାମର ଅଷ୍ଟମଶ୍ରେଣୀରେ ପଢ଼ୁଥିବା ନାବାଳିକା ଗତ ଜୁଲାଇ 17 ତାରିଖରେ ବୋରିଂ ସେବାଶ୍ରମରେ ନାମ ଲେଖାଇଥିଲା l 23 ତାରିଖରେ ଛାତ୍ରୀ ଜଣକ ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ମେଟ୍ରୋନକୁ ଜଣାଇଥିଲା l ସଙ୍ଗେ ସଙ୍ଗେ ପ୍ରଧାନଶିକ୍ଷକ ଛାତ୍ରୀର ଚିକିତ୍ସା ପାଇଁ ପଡିଆବେଡା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ l ସେଠାରେ ଉପଚାର ନହେବାରୁ ତାକୁ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିଲା l ସେଠାରେ ବାଳିକା ଗର୍ଭବତୀ ଥିବା ଡାକ୍ତର ଜଣାଇଥିଲେ l ଖବର ଜଣାପଡିବା ପରେ ପରିବାର ପକ୍ଷରୁ ଆରମ୍ଭ ହେଲା ଖୋଳତାଡ଼ l ଝିଅ ସହିତ କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ନନିକାବାଡ଼ି ଗ୍ରାମର ନବୀନ କଳା ମାର୍ଚ୍ଚମାସରୁ ଝିଅ ସହିତ ଶାରୀରିକ ସମ୍ପର୍କ ରଖି ଆସୁଥିବା ଜଣାପଡିଲା l ନାବାଳିକା ବାପା 23 ତାରିଖରେ ଠାକୁରମୁଣ୍ଡା ଥାନାରେ ଏନେଇ ଏତଲା ଦାଏର କରିବା ପରେ ପୋଲିସ ନବୀନକୁ ଠାବ କରି ଥାନାକୁ ଆଣି ତଦନ୍ତ କରିଥିଲା l ନବୀନର ମାଉସୀ ଘର ଭୈରାଣିବେଡା ଗ୍ରାମରେ l ମାଉସୀ ଘରକୁ ଆସି ନବୀନ ନାବାଳିକାକୁ ବିବାହ କରିବାର ପ୍ରତିଶୃତି ଦେଇ ସମ୍ପର୍କ ରଖି ଆସୁଥିବା ସ୍ୱୀକାର କରିଛି l ଠାକୁରମୁଣ୍ଡା ଥାନା ପୋଲିସ ପକ୍ଷରୁ 70 ଧାରା, 376(2)(n)376(3) ଆରଡବ୍ଲୁ ସେକ୍ସନ 6 ପୋକ୍ସ ଆକ୍ଟରେ ନବୀନକୁ ଗିରଫ କରି ବାରିପଦା ପୋକ୍ସ କୋର୍ଟରେ ହାଜର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking