25.1 C
Bhubaneswar
Friday, March 6, 2026
Homeଓଡିଶାନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି : ସମ୍ବିତ ରାଉତରାୟ

ନବୀନ ପଟ୍ଟନାୟକଙ୍କୁ ହରାଇ ଦିଆଯାଇଛି : ସମ୍ବିତ ରାଉତରାୟ

ଭୁବନେଶ୍ୱର: ନିର୍ବାଚନର ମାସକ ପରେ ପାରାଦୀପର ପୂର୍ବତନ ବିଧାୟକ ତଥା ବିଜେଡି ନେତା ସମ୍ବିତ ରାଉତରାୟ ଏକ ବିସ୍ଫୋରକ ବୟାନ ଦେଇଛନ୍ତି । ନବୀନ ପଟ୍ଟନାୟକ ହାରିନାହାନ୍ତି, ତାଙ୍କୁ ହରାଇ ଦିଆଯାଇଛି । ତାଙ୍କୁ ସୁଚିନ୍ତିତଭାବେ ହରାଇ ଦିଆଯାଇଛି । ଢୋଲ ଭିତରେ ମୂଷା ରହିଥିଲେ । ଆଜି ନହେଲେ କାଲି ସେ ମୂଷାକୁ କଢା ହେବ । ସରକାର ବହୁତ କାମ କରିଛନ୍ତି । ତଥାପି ନିର୍ବାଚନରେ ବିଜେଡି ପରାଜୟବରଣ କଲା । ହାରିବାର କାରଣ ଅନେକ ରହିଛି ବୋଲି ଶ୍ରୀ ରାଉତରାୟ କହିଛନ୍ତି । ତେବେ ହାରିବାର କାରଣ ପାଣ୍ଡିଆନ କି ପ୍ରଶ୍ନରେ ଶ୍ରୀ ରାଉତରାୟ ‘ହୋଇପାରେ’ ବୋଲି କହିଛନ୍ତି ।ତେବେ ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ନିର୍ବାଚନ ପରେ ପରେ ବହୁ ବିଜେଡି ବରିଷ୍ଠ ନେତା ପାଣ୍ଡିଆନଙ୍କ ଏକାକୀ ପ୍ରଚାର କାର୍ଯ୍ୟକୁ ପରାଜୟର କାରଣ ବୋଲି କହିଥିଲେ । ପ୍ରକାଶ ଯେ ଚଳିତ ନିର୍ନାଚନରେ ମାତ ଖାଇଛି ବିଜେଡି । ଦୀର୍ଘ ବର୍ଷର ଶାସନରେ ଜନତା ପକାଇଛନ୍ତି ପୂର୍ଣ୍ଣଛେଦ । ବିଜେଡି ବଦଳରେ ଭୋଟର ବିଜେପିକୁ ଭରସିଛନ୍ତି । ଫଳରେ ବିଜେଡି ଠାରୁ ଶାସନ ଡୋରି ଛଡ଼ାଇ ନେଇଛି ବିଜେପି । ଅଦ୍ୟାବଧି ବିଜେଡି ପରାଜୟର କାରଣ ଖୋଜୁଛି । ଏନେଇ ନିର୍ବାଚନ ପରଠାରୁ ବିଜେଡି ପରାଜୟ କାରଣ ଜାଣିବା ତଥା  ଆଗକୁ ରଣନୀତି କ’ଣ ହେବ ସେନେଇ ଘନ ଘନ ବୈଠକ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking