19.1 C
Bhubaneswar
Friday, November 22, 2024
Homeଓଡିଶାଆସନ୍ତା ୯ରେ ନବୀନ-ନୀତୀଶ ଭେଟ: କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା

ଆସନ୍ତା ୯ରେ ନବୀନ-ନୀତୀଶ ଭେଟ: କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା

ଭୁବନେଶ୍ୱର: ଆସନ୍ତା ୯ରେ ନବୀନ ପଟ୍ଟନାୟକଙ୍କୁ ଭେଟିବେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ଚର୍ଚ୍ଚା ହେଉଛି ଯେ ବିଜେପି ବିରୋଧୀ ମେଣ୍ଟ ନେଇ ଦୁହିଁଙ୍କ ମଧ୍ୟରେ ହୋଇପାରେ ଆଲୋଚନା। ଏବେ ଅଣବିଜେପି ଦଳ ନେତାଙ୍କୁ ନୀତିଶ ଭେଟୁଥିବା ବେଳେ ନବୀନଙ୍କ ଆଭିମୁଖ୍ୟ ଉପରେ ରହିବ ନଜର। ହେଲେ ବିଜେଡି କହିଛି ଦଳ ସମଦୂରତା ନୀତିରେ ଅଛି। ଆଉ ବିଜେପି କହିଛି ନୀତିଶଙ୍କ ଉଦ୍ଦେଶ୍ୟ ସାଧିତ ହେବନି। କଂଗ୍ରେସର କହିବା ହେଲା ବିଜେପିକୁ ଛାଡ଼ି ପାରିବେନି ନବୀନ। ସେପଟେ ସମୀକ୍ଷକ କହିଛନ୍ତି ୨୪ ଫଳାଫଳ ପରେ ହିଁ ନିଷ୍ପତ୍ତି ନେବେ ନବୀନ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିନ ୧୨ଟାରେ ନବୀନ ନିବାସରେ ଭେଟିବେ ନୀତିଶ କୁମାର। ନୀତିଶ-ନବୀନ ଭେଟଘାଟକୁ ନେଇ ଖବର ସାମ୍ନାକୁ ଆସିବା ପରେ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

କାହିଁକି ନୀତିଶ ଓଡ଼ିଶା ଆସୁଛନ୍ତି? ନବୀନଙ୍କ ଭେଟ ହେଲେ କେଉଁ ପ୍ରସଙ୍ଗରେ ଆଲୋଚନା ହେବ ସେ ନେଇ ଚର୍ଚ୍ଚା ମଧ୍ୟ ଜୋର ଧରିଛି। ତୃତୀୟ ସାମ୍ମୁଖ୍ୟ ନେଇ ନୀତିଶ-ନବୀନଙ୍କ ମଧ୍ୟରେ ହେବ କି ଗୁପ୍ତ ମନ୍ତ୍ରଣା? ଏମିତି କିଛି ମଧ୍ୟ ଆଶା କରାଯାଉଛି। ସେପଟେ ବିଜେପି ବିରୋଧୀ ମହାମେଣ୍ଟ ପାଇଁ ମହାଅଭିଯାନ। ବିରୋଧୀ ଶକ୍ତିଙ୍କୁ ଏକାଠି କରିବାରେ ଲାଗିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର। ସେହିକ୍ରମରେ ଟିଏମସି ମୁଖ୍ୟ ମମତା ବାନାର୍ଜୀଙ୍କୁ କିଛି ଦିନତଳେ ଭେଟିଥିଲେ ନୀତିଶ। ଆଉ ସାଥିରେ ଥିଲେ ତେଜସ୍ଵୀ ଯାଦବ। ସେହିପରି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମଧ୍ୟ ଭେଟିଥିଲେ ନୀତିଶ।

ତେଣୁ ତୃତୀୟ ସାମ୍ମୁଖ୍ୟ ଗଠନ ନେଇ ଏବେ ଚର୍ଚ୍ଚା ଜୋର ଧରିଥିବାବେଳେ ନବୀନଙ୍କ ଆଭିମୁଖ୍ୟ କ’ଣ ରହିବ ତା ଉପରେ ସମସ୍ତଙ୍କ ନଜର ରହିଛି। ଉଭୟ କଂଗ୍ରେସ ଓ ବିଜେପିଠାରୁ ସମାନ ଦୂରତା ରଖିବା ପାଇଁ କହି ଆସୁଥିବା ନବୀନ ତାଙ୍କ ମତ ପରିବର୍ତ୍ତନ କରିବେ କି ନାହିଁ ତାହା ଏବେ ପ୍ରଶ୍ନବାଚ ସୃଷ୍ଟି କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking