27.1 C
Bhubaneswar
Saturday, September 28, 2024
Homeଓଡିଶାନିଜ ଚକ୍ରାନ୍ତରେ ଫସିଗଲେ ନବୀନ ବାବୁ : ମୁଖ୍ୟମନ୍ତ୍ରୀ

ନିଜ ଚକ୍ରାନ୍ତରେ ଫସିଗଲେ ନବୀନ ବାବୁ : ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭୋଟ ପାଇଁ ହୀନ ଚକ୍ରାନ୍ତ କରିଥିଲେ । ଆଉ ସେହି ଚକ୍ରାନ୍ତରେ ସେ ନିଜେ ଫସିଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଏଥିସହ ଶ୍ରୀ ମାଝୀ ନବୀନ ପଟ୍ଟନାୟକଙ୍କୁ ସମାଲୋଚନା କରି କହିଛନ୍ତି ଯେ ନବୀନଙ୍କ ୨୪ ବର୍ଷର ଶାସନ ରାଜ୍ୟକୁ ବିକାଶ ବଦଳରେ ଧ୍ୱଂସ କରିଦେଲା । ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ହେଉଥିବା ସଭାଗୁଡ଼ିକରେ ମଞ୍ଚରେ ସିଏମଓ ଅଧିକାରୀ ନେତୃତ୍ୱ ନେଇ ଭାଷଣ ଦେଉଥିଲେ । ମନ୍ତ୍ରୀ ଓ ବିଧାୟକ ମଞ୍ଚ ତଳେ ଛିଡ଼ା ହେଉଥିଲେ ।  ଓଡ଼ିଆ ଅସ୍ମିତାକୁ ବିପଦରେ ପକାଇଦେଲେ  । ଓଡ଼ିଆ ଯଦି କଷ୍ଟ ପାଇବ, ସରକାର ନିଶ୍ଚିତ ପରିବର୍ତ୍ତନ କରିବ । ଏଣୁ ଓଡ଼ିଶାବାସୀ ସରକାର ପରିବର୍ତ୍ତନ କଲେ ବୋଲି ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ ପୂର୍ବ ସରକାର କେନ୍ଦ୍ରୀୟ ଯୋଜନାକୁ ନିଜ ଯୋଜନା କହି ଲୁଟି ନେଉଥିଲେ ।  ପର ଛୁଆକୁ ମୋ ଛୁଆ କହିବା କଥା ଲୋକେ ଜାଣିପାରିଲେ । ଭୋଟ ପାଇଁ ହୀନ ଚକ୍ରାନ୍ତରେ ନିଜେ ଫସିଲେ ଆଉ ଲୋକେ ତାଙ୍କୁ ଜବାବ ଦେଲେ ବୋଲି ଶ୍ରୀ ମାଝୀ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking