29.1 C
Bhubaneswar
Monday, November 18, 2024
Homeଓଡିଶାଭୁବନେଶ୍ୱରଜାତୀୟ ୱେଟ୍‌ଲିଫ୍‌ଟିଂ ଚାମ୍ପିୟନ୍‌ଶିପ୍‌: ଓଡ଼ିଆ ଖେଳାଳି ସୁଶାନ୍ତ ସାହୁଙ୍କୁ ବ୍ରୋଞ୍ଜ୍‌

ଜାତୀୟ ୱେଟ୍‌ଲିଫ୍‌ଟିଂ ଚାମ୍ପିୟନ୍‌ଶିପ୍‌: ଓଡ଼ିଆ ଖେଳାଳି ସୁଶାନ୍ତ ସାହୁଙ୍କୁ ବ୍ରୋଞ୍ଜ୍‌

ଭୁବନେଶ୍ୱର: ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ଏବଂ ଭାରତୀୟ ୱେଟ୍‌ଲିଫ୍‌ଟିଂ ମହାସଂଘର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ କିଟ୍ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ ୱେଟ୍‌ଲିଫ୍‌ଟିଂ ଚାମ୍ପିୟନ୍‌ଶିପ୍‌ରେ ବୁଧବାର ଓଡ଼ିଶାର ସୁଶାନ୍ତ ସାହୁ ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ସୁଶାନ୍ତ ଆନ୍ତଃରାଜ୍ୟ ବରିଷ୍ଠ ପୁରୁଷ ୬୭ କେଜି ବର୍ଗରେ ସ୍ନାଚ୍‌ରେ ୧୧୭ କେଜି ଏବଂ କ୍ଲିନ୍ ଆଣ୍ଡ୍ ଜର୍କରେ ୧୫୧ କେଜି ସହ ମୋଟ ୨୬୮ କେଜି ଓଜନ ଉଠାଇ ତୃତୀୟ ସ୍ଥାନରେ ରହିବା ସହ ବ୍ରୋଞ୍ଜ୍ ପଦକ ଜିତିଥିଲେ । ଏହି ବର୍ଗରେ ଅରୁଣାଚଳ ପ୍ରଦେଶର ମାର୍କିଓ ତାରିଓ ମୋଟ ୨୮୨ କେଜି ସହ ସ୍ୱର୍ଣ୍ଣ ପଦକ ଏବଂ ଛତିଶଗଡ଼ର ସୁଭାଷ ଲହରେ ମୋଟ ୨୭୦ କେଜି ସହ ରୌପ୍ୟ ପଦକ ଜିତିଛନ୍ତି ।

ସେହିପରି ବରିଷ୍ଠ ପୁରୁଷ ୬୭ କେଜି ବର୍ଗରେ ଆର୍‌ଏସ୍‌ପିବିର ମଞ୍ଜୁନାଥ ମରଟି ମୋଟ ୨୮୪ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିିଥିବା ବେଳେ ଅରୁଣାଚଳ ପ୍ରଦେଶର ମାର୍କିଓ ତାରିଓ (ମୋଟ ୨୮୨ କେଜି) ରୌପ୍ୟ ପଦକ ଏବଂ ଆର୍‌ଏସ୍‌ପିବିର କେ. ନୀଳମ ରାଜୁ (୨୭୭ କେଜି) ବ୍ରୋଞ୍ଜ୍ ପଦକ ଜିତିଛନ୍ତି । ୟୁଥ୍ ୬୭ କେଜି ପୁରୁଷ ବର୍ଗରେ ତାମିଲନାଡୁର ଏସ୍‌. ଲୋଗେଶ୍ୱରନ ମୋଟ ୨୫୪ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମିଜୋରାମର ଏମ୍‌ଏଚ୍‌. ସିଲ୍‌ବନ୍ ବେଈହରୋଥାତଲୋ ମୋଟ ୨୫୧କେଜି ସହ ରୌପ୍ୟ ଏବଂ ଅରୁଣାଚଳ ପ୍ରଦେଶର ବେନଗିଆ ତାନି ମୋଟ ୨୪୮ କେଜି ସହ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଜୁନିୟର ୬୭ କେଜି ପୁରୁଷ ବର୍ଗରେ ମିଜୋରାମର ଲାଲହୁଁଥର ମୋଟ ୨୬୯ କେଜି ଓଜନ ଉଠାଇ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ବେଳେ ମହାରାଷ୍ଟ୍ରର ତେଜସ୍ ଜୋନଢାଲେ ମୋଟ ୨୬୮ କେଜି ସହ ରୌପ୍ୟ ଏବଂ ମିଜୋରାମର ଜାକୋବ ଭାଁଲାଲଟଲୁଙ୍ଗା ମୋଟ ୨୫୭ କେଜି ଓଜନ ଉଠାଇ ବ୍ରୋଞ୍ଜ୍ ପଦକ ଜିତିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking