26.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଜାତୀୟ କ୍ରୀଡ଼ା ଦିବସ

ଜାତୀୟ କ୍ରୀଡ଼ା ଦିବସ

ନୂଆଦିଲ୍ଲୀ : ଆଜି ଆମ ଦେଶରେ ‘ଜାତୀୟ କ୍ରୀଡ଼ା ଦିବସ’ ପାଳନ କରାଯାଉଛି। ଉଲ୍ଲେଖଯୋଗ୍ୟ, ଭାରତୀୟ ହକିର କିଂବଦନ୍ତି ପୁରୁଷ ମେଜର ଧ୍ୟାନଚାନ୍ଦ ସିଂହ ୧୯୦୫ ଅଗଷ୍ଟ ୨୯ରେ ଜନ୍ମ ହୋଇଥିଲେ। ଆନ୍ତର୍ଜାତିକ ହକିରେ ସେ ବ୍ୟକ୍ତିଗତ ଭାବେ ୪୦୦ରୁ ଅଧିକ ଗୋଲ୍ ଦେଇଥିଲେ। ତାଙ୍କ ନେତୃତ୍ବରେ ଭାରତ ଦଳଗତ ଭାବେ ୧୯୨୮, ୧୯୩୨ ଓ ୧୯୩୬ରେ ଲଗାତାର ସ୍ବର୍ଣ୍ଣ ପଦକ ଜିତିଥିଲା। ଏହି ମହାନ୍‌ ବ୍ୟକ୍ତିତ୍ବଙ୍କୁ ମନେ ରଖିବା ଲାଗି ୨୦୧୨ ମସିହାରୁ ଦେଶବାସୀ ତାଙ୍କର ଜନ୍ମ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରି ଆସୁଛନ୍ତି। ଏହି ଦିବସ ପାଳନ ଆମ ଦୈନନ୍ଦିନ ଜୀବନରେ କ୍ରୀଡ଼ା ଏବଂ ବିଭିନ୍ନ ଶାରୀରିକ କାର୍ଯ୍ୟକଳାପର ଗୁରୁତ୍ବପୂର୍ଣ୍ଣ ଭୂମିକା ବାବଦରେ ଆମକୁ ସଚେତନ କରାଉଛି। କ୍ରୀଡ଼ା ଏଭଳି ଏକ ମାଧ୍ୟମ ଯାହା ଦ୍ବାରା ଏକ ସମାବେଶୀ ତଥା ସମର୍ଥ ସମାଜ ଗଠନ ସମ୍ଭବ ହୋଇପାରିବ। ଏହା ଲୋକଙ୍କୁ ସ୍ବାସ୍ଥ୍ୟ ସଚେତନ ହୋଇ ବିଭିନ୍ନ କ୍ରୀଡ଼ାରେ ସାମିଲ ହେବା ଲାଗି ପ୍ରୋତ୍ସାହିତ କରୁଛି। ହକି ଲେଜେନ୍ଡ ମେଜର ଧ୍ୟାନଚାନ୍ଦଙ୍କ ଜୟନ୍ତୀ ଅବସରରେ ପ୍ରତିବର୍ଷ ଅଗଷ୍ଟ ୨୯ ତାରିଖକୁ ଜାତୀୟ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଉଛି। ପ୍ରତି ମଣିଷ ଜୀବନରେ ଖେଳର ଗୁରୁତ୍ବ ସମ୍ପର୍କରେ ସଚେତନ‌ତା ସୃଷ୍ଟି ଉଦ୍ଦେଶ୍ୟରେ ଏହି ଦିବସ ପାଳନ କରାଯାଏ। ର୍ବକାଳୀନ ଭାବେ ଧ୍ୟାନଚାନ୍ଦଙ୍କୁ ସର୍ବଶ୍ରେଷ୍ଠ ହକି ଖେଳାଳି ଭାବେ ବିବେଚନା କରାଯାଏ। ଧ୍ୟାନଚାନ୍ଦ ବ୍ୟକ୍ତିଗତ ଭାବରେ ତାଙ୍କର ୧୨ ବର୍ଷ କ୍ୟାରିୟରରେ ୪୦୦ ଗୋଲ ଦେଇଥିଲେ। ଭାରତୀୟ ହକିକୁ ଗୋଟିଏ ନୂଆ ଜନ୍ମ ଦେବାରେ ତାଙ୍କର ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ଥିଲା। ହକି ଜଗତରେ ଧ୍ୟାନଚାନ୍ଦ ଏଭଳି ଲୋକପ୍ରିୟତା ହାସଲ କରିଥିଲେ ଯେ ଭିଏନାଠାରେ ତାଙ୍କର ଚାରିଟି ହାତ ଥିବା ଏକ ପ୍ରତିମୂର୍ତ୍ତି ସ୍ଥାପିତ ହୋଇଥିଲା। ଭାରତୀୟ ଖେଳକୁ ଧ୍ୟାନଚାନ୍ଦଙ୍କ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ତାଙ୍କ ଜନ୍ମଦିବସକୁ କ୍ରୀଡ଼ା ଦିବସ ଭାବେ ପାଳନ କରାଯାଇ ଆସୁଛି।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking