17.1 C
Bhubaneswar
Sunday, February 8, 2026
Homeଓଡିଶାରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

ରାଷ୍ଟ୍ରୀୟ ମଜଦୂର କଂଗ୍ରେସ ପକ୍ଷରୁ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ

ଯାଜପୁର: ଆଜି ରାଷ୍ଟ୍ରୀୟ ମଜଦୂର କଂଗ୍ରେସ(ଆଇ. ଏନ. ଟି. ୟୁ. ସି.)ସହ ବନ୍ଧିତ ସଙ୍ଘ ପକ୍ଷରୁ ଯାଜପୁର ଜିଲ୍ଲାରେ ବିଭିନ୍ନ ସ୍ଥାନରେ ୭୬ ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଥିଲା । ଯାଜପୁର ଜିଲ୍ଲା କାର୍ଯ୍ୟାଳୟ ଠାରେ ନିଖିଳ ଉତ୍କଳ ନିର୍ମାଣ ଶ୍ରମିକ ସଙ୍ଘ, ବ୍ୟାସନଗର ମୋଟର ଚାଲାକ ସଂଘ, କଳିଙ୍ଗନଗର ଅଟୋ ଚାଲିକ ସଙ୍ଘ ଓ ସୁକିନ୍ଦା ରୋଡ ଶ୍ରମିକ ସଂଘ ଦ୍ୱାରା ମାନଗୋବିନ୍ଦପୁର ପ୍ଲଟ ଠାରେ ଶ୍ରମିକ ଓ ଛାତ୍ର ଛାତ୍ରୀ ମାନଙ୍କ ସମାବେଶ ଆୟୋଜିତ ହୋଇଥିଲା । ସେଠାରେ ରାଜ୍ୟ ଆଇ. ଏନ. ଟି. ୟୁ. ସି. ଉପସଭାପତି ବିଦ୍ୟାଧର ମହାନ୍ତି ଜାତୀୟପତାକା ଉତଳନ୍ନ କରି କହିଲେ ଦେଶରେ ଆଜି ୭୬ ବର୍ଷ ରେ ଗଣତନ୍ତ୍ର ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସମ୍ବିଧାନ କିଛି ମୁଷ୍ଠିମୟ ଲୋକଙ୍କ ପାଇଁ ଉଦ୍ଧିଷ୍ଟ ଥିବାବେଳେ ସମାନତା । ଧର୍ମନିରପେକ୍ଷତା ଓ ସର୍ବ୍ୟଭ୍ୟମତାରୁ ଅନେକ ବ୍ୟକ୍ତି ବଞ୍ଚିତହେଉଥିବା ଘଟଣାକୁ ଦୃଢ ସମାଲୋଚନା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ସାହୁ, ସନ୍ତୋଷ କୁମାର ପୃଷ୍ଟି ଶ୍ରୀଧର ରାଉତ ଓ ଇନର ହୁଇଲର ଚିନ୍ମୟୀ ମହାନ୍ତି ଅନୁପମା ଜେନା, ଶ୍ରମିକ ନେତା ମୂନେଶ୍ୱର ନାୟକ ଅଭିମନ୍ୟୁ ପାତ୍ର, ବିଦ୍ୟାଧର ଯେନା ଓ ଲଷ୍ମୀଧର ପାତ୍ର ପ୍ରମୁଖ ସାଧାରଣତନ୍ତ୍ର ଦିବସରେ ଶ୍ରମିକ, ଛାତ୍ର ଯୁବକ ମହିଳା ମାନଙ୍କ ଅବଦାନକୁ ଭୂୟାଁସୀ ପ୍ରଶଂସା କରିଥିଲେ । ବିଭିନ୍ନ କାର୍ଯ୍ୟାଳୟରେ ପତାକାଉତ୍ତଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking