ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଉତ୍ସବରେ ଦେଶର ୫୧ ଜଣ ନର୍ସଙ୍କୁ ‘ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗେଲ ପୁରସ୍କାର’ରେ ସମ୍ମାନିତ କରିଛନ୍ତି ।
ଏମାନଙ୍କ ମଧ୍ୟରେ ଓଡ଼ିଶାର ତିନିଜଣ ନର୍ସ ସାମିଲ ଥିବା ଜଣାପଡିଛି । ଏମାନେ ହେଲେ ସୁଶ୍ରୀ ଖୁଲନା ବାରିକ, ସୁଶ୍ରୀ ଶିବାନୀ ଦାସ (ଉଭୟ ନର୍ସ) ଏବଂ ସୁଶ୍ରୀ ଦମୟନ୍ତୀ ରାଉତ (ଏଏନ୍ଏମ୍) । ସମାଜ ପାଇଁ ଉଲ୍ଲେଖନୀୟ ସେବା ପ୍ରଦାନ କରୁଥିବାରୁ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ୧୯୭୩ରୁ ଯୋଗ୍ୟ ବିବେଚିତ ନର୍ସଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଉଛି ।