19.1 C
Bhubaneswar
Monday, November 18, 2024
Homeଓଡିଶାଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ ଜାତୀୟ ଖାଉଟି ଦିବସ ପାଳିତ

ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ତରଫରୁ ଜାତୀୟ ଖାଉଟି ଦିବସ ପାଳିତ

ବଲାଙ୍ଗୀର଼,(ଦେବାଶିଷ ମିଶ୍ର): ଅଖିଳ ଭାରତୀୟ ଗ୍ରାହକ ପଂଚାୟତ ବଲାଙ୍ଗିର ଶାଖା ତରଫରୁ ଜିଲ୍ଲା ସୁଚନା ଓ ଲୋକ ସଂପର୍କ ବିଭାଗର ଗାନ୍ଧୀ ଭବନଠାରେ ଆଜି ଜାତୀୟ ଖାଉଟି ଦିବସ ସଭାପତି ଗୋପବନ୍ଧୁ ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଚଳିତ ବର୍ଷ ଏହି ଦିବସ ଉପଲକ୍ଷେ ଆଲୋଚନାର ବିଷୟବସ୍ତୁ ଥିବା “ଖାଉଟି ସୁରକ୍ଷା ଆଇନ ୨୦୧୯: ଭାରତୀୟ ଖାଉଟିମାନଙ୍କର ପରିବର୍ତ୍ତନର ବିନ୍ଦୁ” ବିଷୟ ଉପରେ ଆଲୋଚନା କରାଯାଇଥିଲା । ମୁଖ୍ୟବକ୍ତା ଏଡ୍‌ଭୋକେଟ ଜୟକୃଷ୍ଣ ସାହୁ ଖାଉଟି ସୁରକ୍ଷା ୨୦୧୯ ଉପରେ ବିସ୍ତାବରୂପେ ତାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏହି ଆଇନ ଖାଉଟିମାନଙ୍କର ବିଭିନ୍ନ ସମସ୍ୟା ସମାଧାନ କରିବେ ବୋଲି କହିଥିଲେ । ମୁଖ୍ୟ ଅତିଥି ରୂପେ ଜିଲ୍ଲା ଯୋଗାଣ ଅଧିକାରୀ ଅଭିରାମ ପ୍ରଧାନ ଯୋଗଦେଇ ଗ୍ରାହକ ପଂଚାୟତ ଖାଉଟି ସଚେତନତା ଉପରେ ନେଉଥିବା ପଦକ୍ଷେପକୁ ପ୍ରଶଂସା କରିବା ସହିତ ଗ୍ରାମାଞ୍ଚଳ ଖାଉଟି ମାନଙ୍କୁ ସଚେତନ କରିବାକୁ ପଦକ୍ଷେପ ନେବାକୁ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଶିଳ୍ପ କେନ୍ଦ୍ରର ଜେନେରାଲ ମ୍ୟାନେଜର ସମ୍ମାନିତ ଅତିଥି ରୂପେ ଯୋଗଦେଇ ତାଙ୍କ ବିଭାଗର ବିଭିନ୍ନ ଯୋଜନାର ବିନ୍ଦୁ ଉପରେ ପ୍ରକାଶ କରିଥିଲେ । ସାଂସଦ ପ୍ରତିନିଧି ପଙ୍କଜିନୀ ପଣ୍ଡା, ପୂର୍ବତନ ବଲାଙ୍ଗିର ମ୍ୟୁନିସିପାଲିଟିର ଉପ-ନଗରପାଳ ଲିପିଶ୍ରୀ ସାଏ, ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗଙ୍କର ପୁଇଁନ୍ତଲା ପ୍ରତିନିଧି ରାଜେନ୍ଦ୍ର ବିଜୟ ସାହୁ ଯୋଗଦେଇ ଖାଉଟି ସୁରକ୍ଷା ଉପରେ ନିଜ ନିଜର ମତ ରଖିଥିଲେ । ପ୍ରାରମ୍ଭ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ଶେଷରେ ଇଂ କିଶୋର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମଟି ପ୍ରାଦେଶିକ ମାଲିକଲାଲ ବର୍ମା ପ୍ରତ୍ୟକ୍ଷ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ଗୋବର୍ଦ୍ଧନ ପାଣ୍ଡିଆ, ମନୋରଂଜନ ସାହୁ, ବିନୋଦ କାଲସାଏ ପ୍ରମୁଖ ସହଯୋଗ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking