ନୂଆଦିଲ୍ଲୀ: ନାସାର ଏକ ସ୍ୱତନ୍ତ୍ର ମିଶନ ଆର୍ଟେମିସ୍ ଅଗଷ୍ଟ ୨୯ ଅର୍ଥାତ ଆଜି ଚନ୍ଦ୍ର ଅଭିମୁଖେ ଯାତ୍ରା କରିବେ। ଏହା ଚନ୍ଦ୍ରର କକ୍ଷପଥରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ, ତା’ପରେ ଏହା ଫେରି ଆସିବ। ୧୯୭୨ ପରଠାରୁ ପ୍ରଥମ ଥର ପାଇଁ ଆର୍ଟେମିସ୍ ମଣିଷକୁ ୨୦୨୫ ରେ ଚନ୍ଦ୍ର ପୃଷ୍ଠକୁ ନେଇଯିବ। ୨୦୨୫ ର ଲକ୍ଷ୍ୟ ହାସଲ କରିବା ପାଇଁ ଏହି ମିଶନକୁ ଗ୍ରୀକ୍ ପୁରାଣ ଆଧାରରେ ଆପୋଲୋଙ୍କ ଭଉଣୀ ଆର୍ଟେମିସ୍ ନାମିତ କରାଯାଇଛି। ଆପୋଲୋ ମିଶନ୍ ହେଉଛି ପ୍ରଥମ ମହାକାଶଯାନ ଯାହା ଚନ୍ଦ୍ର ପୃଷ୍ଠରେ ପହଞ୍ଚିଥିଲା। ବର୍ତ୍ତମାନ ଆର୍ଟେମିସ୍ ୧୯୭୨ ପରେ ମଣିଷକୁ ଚନ୍ଦ୍ର ପୃଷ୍ଠକୁ ନେବାକୁ ପ୍ରସ୍ତୁତ।